ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ କଲା ମା‘କୁ ମୁଥ ମାରିବା ଫଳରେ ମା’ର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗତ କିଛି ମାସ ତଳେ ନିଶା ଗାଁର ନୀଳମଣି ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ ଫାଟକ ଆଗରେ ଯାଇଥିବା ଛେଣ୍ଡିପଦା-ଅନୁଗୁଳ ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତାଙ୍କର ଏହି ମୃତ୍ୟୁ ପରେ କମ୍ପାନୀ ଓ ପ୍ରଶାସନ ପକ୍ଷରୁ କିଛି ସହାୟତା ରାଶି ମିଳିଥିଲା । ଯାହାକି ତାଙ୍କ ସ୍ତ୍ରୀ ପ୍ରମୋଦିନୀଙ୍କ ଆକାଉଣ୍ଟକୁ ଯାଇଥିଲା । ତେବେ ଏହି ଟଙ୍କା ପାଇଁ ପ୍ରମୋଦିନୀଙ୍କ ପୁଅ ଚନ୍ଦ୍ରମଣି ସବୁବେଳେ ମା’ଙ୍କ ସହ ଝଗଡା କରୁଥିଲେ । ଗତ ତିନି ଦିନ ତଳେ ମଧ୍ୟ ଏଭଳି ଝଗଡା କରିବା ସହ ଉତ୍ତ୍ୟକ୍ତ ହୋଇ ମା’ଙ୍କୁ ଏକ ମୁଥ ପ୍ରହାର ପକାଇଥିଲେ । ଏଥିରେ ମା ପ୍ରମୋଦିନୀ ଗୁରୁତର ହୋଇ ତଳେ ପଡି ଯାଇଥିବା ବେଳେ ପରିବାର ଲୋକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଆଜି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ମା ‘ ପ୍ରମୋଦିନୀଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ନିଶା ଥାନା ଅଧିକାରିଣୀ ଜିଲ୍ଲା ପ୍ରୀତି ମଞ୍ଜରୀ ମେଣ୍ଡୁଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି । ସେପଟେ ପୁଅ ଚନ୍ଦ୍ରମଣିକୁ ପୁଲିସ ଅଟକ ରଖିଥିବା ଜଣା ପଡିଛି ।
What’s your Reaction?
+1
+1
+1
+1
+1
+1
+1