ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରୁଥିବା ବେଲେ ଏହି ଦ୍ରୁତ ଗତିରେ ବ୍ରେକ୍ ଲଗାଇବା ପାଇଁ ଲକଡାଉନ୍ ଓ ସପ୍ତାହନ୍ତ ସଟଡାଉନ ଜାରି ହୋଇଛି । ହେଲେ ବର୍ତ୍ତମାନ କରୋନାର ଥିବା ଭୟବହତା ସାଙ୍ଗକୁ ପ୍ରଶାସନର କଟକଣା ସତ୍ବେ ଅନେକ ଅମାନିଆ ଚେତୁ ନାହାନ୍ତି । ବାହାରେ ବୁଲାବୁଲି କରିବା ସହିତ କୋଭିଡ୍ ଗାଇଡ୍ଲାଇନ୍ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି । ଦୋକାନ ଖୋଲିବା ସହ ସାମାଜିକ ଦୂରତା ରକ୍ଷା ନକରି ସଂକ୍ରମଣକୁ ବଢାଇବାରେ ଲାଗିଛନ୍ତି । ଏହି ଅମାନିଆଙ୍କୁ ସାବାଡ୍ କରିବା ପାଇଁ ଜିଲ୍ଲା ପୁଲିସ୍ ପକ୍ଷରୁ ଜୋରଦାର ଧରପଗଡ଼ କରା ଯାଉଛି । ଲକଡାଉନ୍ ସମୟରେ ସକାଳେ ଓ ସନ୍ଧ୍ୟାରେ ଜିଲ୍ଲାର ୬୦ଟି ସ୍ଥାନରେ ପୁଲିସ୍ ମୁତୟନ କରାଯାଉଛି । ଏହା ବ୍ୟତୀତ ପ୍ରତ୍ୟେକ ଥାନା ଇଲାକାରେ ପୁଲିସ୍ ପେଟ୍ରୋଲିଂ ଜାରି ରହିଛି । ଆଜି ପର୍ଯ୍ୟନ୍ତ ବିବାହ , ଯାତ୍ରା ଓ ବିଭିନ୍ନ ଦୋକାନରେ ସାମାଜିକ ଦୂରତ୍ବ ଉଲ୍ଲଂଘନ ସହ ମାସ୍କ ନ ପିନ୍ଧିବା ଅଭିଯୋଗରେ ୩୯୩ ଟି ମାମଲା ରୁଜୁ କରାଯିବା ସହ ମୋଟ୍ ୭୬ ଲକ୍ଷ ୬୪ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ୧୨୧ଟି ଦୋକାନକୁ ସିଲ କରାଯିବା ସହ ୫୨୯ଟି ଗାଡ଼ିକୁ ପୁଲିସ ପକ୍ଷରୁ ଜବତ କରାଯାଇଛି ବୋଲି ଜିଲ୍ଲା ପୁଲିସ୍ ସୂଚନା ଦେଇଛି । ଜିଲ୍ଲାରେ ସଂକ୍ରମଣ ଭୟଙ୍କର ଭାବେ ବଢ଼ିଚାଲିଛି । କରୋନାରୁ ନିଜେ ବର୍ତ୍ତିବା ସହ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଯଥା ସମ୍ଭବ ଘରେ ରହିବାକୁ ପୁଲିସ୍ ପକ୍ଷରୁ କୁହାଯାଇଛି ।
What’s your Reaction?
+1
+1
+1
+1
+1
+1
+1