ମୁଖ୍ୟ ଖବର କରୋନା ମୁକାବିଲା -୧୦ ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ଅନୁଗୁଳ ଦାୟିତ୍ୱ Angul OnlineMay 18, 2021May 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଏହାର ମୁକାବିଲା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟାରତ ୧୦ଜଣ ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ଅନୁଗୁଳ ଜିଲ୍ଲାକୁ ପଠାଯାଇଛି । ସେମାନେ ହେଲେ ବାଲେଶ୍ୱର ଆସିଷ୍ଟାଣ୍ଟ କଲେକ୍ଟର କମଳ ବିହାରୀ ଦାସ ଏବଂ ବିଶ୍ୱନାଥ ବିଶ୍ୱାଳ, କଟକ ଆସିଷ୍ଟାଣ୍ଟ କଲେକ୍ଟର ଲଗ୍ନଜିତ ବେହେରା, ଯାଜପୁର ଆସିଷ୍ଟାଣ୍ଟ କଲେକ୍ଟର ଉମଶେ ଚନ୍ଦ୍ର ଲେଙ୍କା, ପୁରୀ ଆସିଷ୍ଟାଣ୍ଟ କଲେକ୍ଟର କ୍ଷିରୋଦ ଚନ୍ଦ୍ର ସାହୁ, ଢ଼େଙ୍କାନାଳ ଆସିଷ୍ଟାଣ୍ଟ କଲେକ୍ଟର ଶାଶ୍ୱତ ଦାସ, ଢ଼େଙ୍କାନାଳ ଆସିଷ୍ଟାଣ୍ଟ କଲେକ୍ଟର ହରିହର ପଞ୍ଚୁଆତି, ନୟାଗଡ଼ ଆସିଷ୍ଟାଣ୍ଟ କଲେକ୍ଟର ସନ୍ତୋଷ କୁମାର ଦଳବେହେରା, ସମ୍ବଲପୁର ଆସିଷ୍ଟାଣ୍ଟ କଲେକ୍ଟର ଆଦିତ୍ୟ କୁମାର ପଣ୍ଡା ଏବଂ ଜଗତସିଂହପୁର ଆସିଷ୍ଟାଣ୍ଟ କଲେକ୍ଟର ଅକ୍ଷୟ କୁମାର ବଡୁ । ଓଡ଼ିଶା ରାଜସ୍ୱ ସେବା ବର୍ଗର ଏହି ଅଧିକାରୀମାନେ ଜିଲ୍ଲାରେ କରୋନା ମୁକାବିଲା ରଣନୀତିରେ ସାମିଲ ହେବେ । ଏନେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । Advertisement
ଦୁର୍ଘଟଣାରେ ଜଣେ ମୃତ , ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମଧୁପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।…
ଖଣି ଅଞ୍ଚଳରୁ ଦାରୁ ଚିହ୍ନଟ ହୋଇ ଗଲା ସୁନ୍ଦରକଲି ତାଳଚେର – ମା ହିଙ୍ଗୁଳାଙ୍କ ସ୍ୱପ୍ନାଦେଶ ପରେ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ ପାଇଁ ତାଳଚେର ହେଁସମୁଳ ଗ୍ରାମଠାରେ ଦାରୁ ଚିହ୍ନଟ ହେବା ପରେ ଆଜି ଦାରୁ ସଂଗ୍ରହ…
ପୁଣି ଜାତୀୟ ରାଜପଥରେ ଗଡିଲା ଆଉ ଏକ ମୁଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ କୁଲାଡ଼ ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟର ଚାଳକଙ୍କ…