ମୁଖ୍ୟ ଖବର କୋଭିଡ ସେଣ୍ଟରରେ ଅନିୟମିତତା ଅଭିଯୋଗ ନେଇ ଉତ୍ତେଜନା Angul OnlineMay 19, 2021May 19, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଥିବା କୋଭିଡ କେୟାର ସେଣ୍ଟରରେ ଅସନ୍ତୋଷ ଦେଖା ଦେଇଥିଲା । ଏହି ସେଣ୍ଟରରେ ବିଭିନ୍ନ ପ୍ରକାର ସମସ୍ୟା ଥିବା ଅଭିଯୋଗ କରି ରୋଗୀମାନେ ଧାରଣାରେ ବସିଥିଲେ । ରୋଗୀ ମାନଙ୍କ ଅଭିଯୋଗ ହେଲା ଯେ ଏହି ସେଣ୍ଟରରେ ନିମ୍ନ ମାନର ଖାଦ୍ୟ ଦିଆ ଯାଉଥିବା ବେଳେ ପିଇବା ପାଣିର ସମସ୍ୟା ରହିଛି । ପାଇଖାନା ଓ ଗାଧୁଆ ଘର ସଫା କରା ଯାଉ ନଥିବା ଯୋଗୁଁ ଅସନା ହୋଇ ରହିଛି । ସେପଟେ ଗାଧୁଆ ଘର ପାଣି ନିଷ୍କାସନ ହୋଇ ନପାରି ଆଣ୍ଠୁଏ ପାଣି ଜମି ରହିଲାଣି । ଯାହା ଫଳରେ ନିତ୍ୟକର୍ମ କରିବାକୁ ରୋଗୀ ମାନଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ସବୁ ସମସ୍ୟା ଥିବା ଅଭିଯୋଗ କରି ରୋଗୀମାନେ ସକାଳୁ ଧାରଣାରେ ବସିଥିଲେ । ପରେ ତାଳଚେର ପୌରପାଳିକା ଅଧିକାରିଣୀ ରଶ୍ମିରେଖା ଅମାନ୍ତ , ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧକାରୀ ଅଭୟ କୁମାର ଦାସ ଆଦି ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବା ସହ ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେବା ପରେ ରୋଗୀମାନେ ଆନ୍ଦୋଳନରୁ ଓହରିଥିଲେ । Advertisement
ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଅନୁଗୁଳ ଛାତ୍ର ଅନୁଗୁଳ – ଅନୁଗୁଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ ସାକୁରା ବିଜ୍ଞାନ…
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକଙ୍କ ନୋମିନୀ ନିଲମ୍ବିତ ଭୁବନେଶ୍ଵର – ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନୋମିନୀ ତଥା ବରିଷ୍ଠ ନେତା କ୍ଷୀରୋଦ ବାଘାର । ଦଳ ବିରୋଧୀ…
ଘରୁ ଘୋଷାଡ଼ି ଆଣିଲା ହାତୀ – ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର ତାଳଚେର – ଘରେ ଶୋଇଥିବା ବେଳେ ଘର ଭାଙ୍ଗିବା ସହ ଦମ୍ପତ୍ତିଙ୍କୁ ହାତୀ ଘୋଷାଡ଼ି ଆଣିଲା । ଆଉ ଏହି ହାତୀ ଆକ୍ରମଣ ଫଳରେ ଘଟଣା ସ୍ଥଳରେ…