ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ କରୋନା ଟେଷ୍ଟ ରିପୋର୍ଟ ପାଇବାକୁ ଲୋକ ହଇରାଣ ହେବାକୁ ପଡୁଥିଲା । ତେବେ ଆଉ ଏବେ ଏହି ରିପୋର୍ଟ ପାଇବାକୁ ଟେଷ୍ଟ ସେଣ୍ଟର ଧାଇଁବାକୁ ପଡିବ ନାହିଁ କି ହଇରାଣ ହେବାକୁ ପଡିବ ନାହିଁ । ଅନୁଗୁଳ ଜିଲ୍ଲା ପ୍ରଶାସନ ଏଥିପାଇଁ ଏକ ନୂତନ କୌଶଳ ଆରମ୍ଭ କରିଛି । ଏବେ ସାଧାରଣ ଲୋକ ନିଜେ ନିଜର ଟେଷ୍ଟ ରିପୋର୍ଟ ମୋବାଇଲ କିମ୍ବା କମ୍ପ୍ୟୁଟର ଜରିଆରେ ଡାଉନଲୋଡ କରି ପାରିବେ । ଯେଉଁ ଲୋକ ୧୬ ତାରିଖ ପରେ ନିଜର ସ୍ଵାବ ନମୁନା ଦେଇଥିବେ ସେମାନେ ଏହି ରିପୋର୍ଟ ଡାଉନଲୋଡ କରି ପାରିବେ । ଏଥିପାଇଁ www.angulcms.com କୁ ଯାଇ ପ୍ରଥମେ ପରୀକ୍ଷା କେନ୍ଦ୍ରରେ ଦେଇଥିବା ମୋବାଇଲକୁ ଆସିଥିବା ମେସେଜରେ ଥିବା SRF ID ଓ ମୋବାଇଲ ନମ୍ବର ଦେବା ପରେ ସର୍ଚ୍ଚ ଅପସନକୁ କ୍ଲିକ କରିବାକୁ ପଡିବ । ଏହା ପରେ ଆପଣ ପିଡ଼ିଏଫ ଫର୍ମାର୍ଟରେ ନିଜର ଟେଷ୍ଟ ରିପୋର୍ଟ ମିଳିପାରିବ । କେବଳ ଅନୁଗୁଳ ଜିଲ୍ଲା ପାଇଁ ଏହି ସୁବିଧା ଉପଲବ୍ଧ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହି ରିପୋର୍ଟ ହାତ ପାହାନ୍ତରେ ଉପଲବ୍ଧ ହେଉଥିବାରୁ ଆଉ କେହି ରିପୋର୍ଟ ପାଇଁ ଗହଳି ନ କରିବାକୁ ଅନୁରୋଧ କରା ଯାଇଛି ।
What’s your Reaction?
+1
+1
+1
+1
+1
+1
+1