ଆଞ୍ଚଳିକ ସମ୍ବାଦିକଙ୍କ ଉପରେ ଆକ୍ରମଣର ପ୍ରତିବାଦ Angul OnlineMay 22, 2021May 22, 2021 ଅନୁଗୁଳ – ପୁରୀରେ ଧରିତ୍ରୀ ପୁରୀ ଜିଲା ପ୍ରତିନିଧିଙ୍କୁ ପୁଲିସର ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ଅନୁଗୁଳ ଜିଲ୍ଲା ସାମ୍ବାଦିକ ସମୂହ । ଆକ୍ରାମଣକାରୀ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସାମ୍ବାଦିକଙ୍କ ପକ୍ଷରୁ କରି ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି । ସୂଚନା ଅନୁସାରେ ଗତ ୧୯ ତାରିଖରେ ଧରିତ୍ରୀ ପୁରୀ ଜିଲା ପ୍ରତିନିଧି ଦତ୍ତାତ୍ରେୟ ନାୟକଙ୍କୁ ପୁଲିସ ଆକ୍ରମଣ କରିଥିଲା । ଜଣେ ଖବରଦାତା ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ତାଙ୍କ କଣ୍ଠରୁଦ୍ଧ କରିବାକୁ ପୁଲିସ ଦମନଲୀଳା କରିଥିଲା । ଏପରି କି ସମସ୍ତ ସୀମା ସରହଦ ଡେଇଁ ଆକ୍ରମଣ କରିବା ସହ ଆମ୍ବୁଲାନ୍ସରେ ଭର୍ତି କରି ନେଇଯିବାକୁ ସାହାସ କରିଥିଲା । ଯାହାକି ବ୍ରିଟିଶ ଶାସନଠାରୁ କୌଣସି ଗୁଣରେ କମ ନଥିଲା । ପୁରୀ ପୁଲିସର ଏଭଳି ଆଚରଣକୁ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସମୂହ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଏଥିସହ ଅଭିଯୁକ୍ତ ପୁଲିସ କର୍ମଚାରୀମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଉଛି। ଖବରଦାତାମାନଙ୍କୁ ଅନେକ ସମୟରେ ଆକ୍ରମଣ ଆଦି କରାଯାଉଛି । ଯଦ୍ୱାରା ସାମ୍ବାଦିକତା ବୃତ୍ତିରେ ଥିବା ବ୍ୟକ୍ତିମାନେ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି । ଧରିତ୍ରୀ ପ୍ରତିନିଧିଙ୍କୁ ଆକ୍ରମଣ କରିଥିବା ପୁଲିସ କର୍ମଚାରୀମାନଙ୍କୁ ତୁରନ୍ତ ଗିରଫ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସମୂହ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି । ଆଜିର ଏହି ଦାବିପତ୍ର ଦେବାବେଳେ ଅନୁଗୁଳର ବରିଷ୍ଠ ସାମ୍ବାଦିକ ଅନିଲ ପ୍ରଧାନ , ଜଳଧର ପ୍ରଧାନ , ସମରେଶ ନାଥ , ଭିକାରି ମହାନ୍ତି , ଶୁଭ୍ରାଂଶୁ ପ୍ରଧାନ , ଅମିତ ମୋଦୀ , ଅମିତ ସାମଲ , ପ୍ରକାଶ ପ୍ରଧାନ , ପାର୍ଥସାରଥୀ ଦାସ , ତପନ ଦାସ , ପତିତପାବନ ସାହୁ , ସଂଗ୍ରାମ ନାଥ , ମହେଶ ଭୋମରାଜ , ଶୁଭ୍ର ରଞ୍ଜନ ଦାସ , ଲିତୁନ ସାହୁ , ବନମାଳୀ ନାଏକ , ପ୍ରତାପ ବିଶ୍ଵାଳ , ରାକେଶ କୁମାର ମହାନ୍ତି ଆଦି ଉପସ୍ଥିତ ଥିଲେ । Advertisement
ଓକିଲ ସଙ୍ଘ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଅନୁଗୁଳ – ଅନୁଗୁଳ ଓକିଲ ସଙ୍ଘର ନିର୍ବାଚନ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବ । ସଙ୍ଘର ୩୬୯ ଜଣ ସଦସ୍ୟ ଏହି ନିର୍ବାଚନରେ ମତଦାନ କରିବେ…
ଚାଲିଗଲେ ପ୍ରଦୀପ – ଜଣେ ନିର୍ଭୀକ , ଦକ୍ଷ ଓ ପ୍ରତିଭାବାନ ସାମ୍ବାଦିକଙ୍କୁ ହରାଇଲା ଅନୁଗୁଳ ଅନୁଗୁଳ – ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ପୁଣି ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳର ସୁନାମଧନ୍ୟ ସାମ୍ବାଦିକ ପ୍ରଦୀପ ଘିୱାଲାଙ୍କର…
ଚିକିତ୍ସାଧୀନ ହାତୀ ଛୁଆର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ଆଜି(ମଙ୍ଗଳବାର) ଏକ ହାତୀଛୁଆର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୩ ରୁ ୪…