ଅନୁଗୁଳ – ସାମାଜିକ ଗଣମାଧ୍ୟମର ଚାହିଦାକୁ ଦେଖି ନେତା ମାନେ ନିଜ ପ୍ରଚାର ପ୍ରସାର କରିବାର ସୁଯୋଗକୁ ହାତଛଡା କରୁ ନାହାନ୍ତି । ନିଜ ଅଞ୍ଚଳର ପ୍ରତ୍ଯେକ ଉନ୍ନୟନ କାର୍ଯ୍ୟ ହେଉ କିମ୍ବା କେଉଁଠି କାହାକୁ ସାହାଯ୍ୟର ହାତ ବଢାଇବା ବେଳେର ହେଉ , ତାର ଫଟୋ ସାମାଜିକ ଗଣମାଧ୍ୟମରେ ଛାଡି ନିଜର ଆତ୍ମପ୍ରଚାର କରୁଛନ୍ତି । ତେବେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ଏଭଳି ଏକ ଫଟୋ ଛାଡି ସାମାଜିକ ଗଣମାଧ୍ୟମରେ ଟ୍ରୋଲ ହୋଇଛନ୍ତି । ଆଠମଲ୍ଲିକ ବିଧାୟକ ରମେଶ ସାଏ ତାଙ୍କ ଫେସବୁକରେ ଗତ ୨୦ ତାରିଖରେ ଆଠମଲ୍ଲିକ ମହାବିଦ୍ୟାଳୟ ପରିସରରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବା ସହ ସେଣ୍ଟର ଖୋଲିବା ଦ୍ୱାରା ଉପଖଣ୍ଡବାସୀ କିପରି ଭଲରେ ଚିକିତ୍ସା ପାଇ ପାରିବେ ସେନେଇ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଉଲ୍ଲେଖ କରିଥିଲେ । ଆଉ ଜିଲ୍ଲାପାଳ ଉପଖଣ୍ଡବାସୀଙ୍କ ଉତ୍ତମ ଚିକତ୍ସା ପାଇବାକୁ ହୃଦୟଙ୍ଗମ କରି ଆଠମଲ୍ଲିକ ମହାବିଦ୍ୟାଳୟ ପରିସରରେ ସେଣ୍ଟର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଥିବା କଥା ଲେଖି ସେଥିରେ ଏକ ରୋଗୀଙ୍କ ପାଇଁ ଶଯ୍ୟା ପଡିଥିବା ଏକ ଫଟୋ ସଲଗ୍ନ କରିଥିଲେ । ତେବେ ବିଧାୟକ ସେହି ପୋଷ୍ଟରେ ସଲଗ୍ନ କରିଥିବା ଫଟୋକୁ ନେଇ ସାମାଜିକ ଗଣମାଧ୍ୟମରେରେ ଚର୍ଚ୍ଚା ଜୋର ଧରିଥିଲା । ସେହି ପୋଷ୍ଟର କାମେଣ୍ଟବକ୍ସରେ ଆଭାସ କୁମାର କ୍ଷେତି ନାମକ ଜଣେ ବ୍ୟକ୍ତି ଏହି ଫଟୋ ଇନ୍ତରନେଟରୁ ଅଣାଯାଇଥିବା ଅଭିଯୋଗ କରିବା ସହ କରୋନା ଭଳି ମହାମାରି ସମୟରେ ଲୋକଙ୍କ ଭାବନା ସହ ରାଜନୀତି ନ କରିବାକୁ ଲେଖିଥିଲେ । ଏହାପରେ ଜଣଙ୍କ ପରେ ଜଣେ ଅନେକ ବିଧାୟକଙ୍କ ଏଭଳି ଫଟୋକୁ ନାପସନ୍ଦ କରିବା ସହ ଧିକ୍କାର କରିଥିଲେ । ତେବେ ଅନେକ କମେଣ୍ଟ ଆସିବା ଆଉ ସାମାଜିକ ଗଣମାଧ୍ୟମରେ ତାର ସ୍ନାପସଟ ଘୂରିବା ପରେ ବିଧାୟକ ତାଙ୍କ ଆକାଉଣ୍ଟରେ ପକାଇଥିବା ଏହି ଫଟୋକୁ ବଦଳାଇଥିଲେ । ତେବେ ଏ ସମ୍ପର୍କରେ ଆମ ଆଠମଲ୍ଲିକା ପ୍ରତିନିଧି ବିଧାୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପରି ନଥିଲା । ପ୍ରକୃତରେ ଏହି ଫେସବୁକ ଆକାଉଣ୍ଟଟି ବିଧାୟକ ନିଜେ ଚଳାଉଛନ୍ତି ଆଉ ଏଭଳି ଫଟୋ ପକାଇଥିଲେ ନା ତାଙ୍କର କୌଣସି ସହଯୋଗୀ ଏଭଳି କରିଥିଲେ ତାହ ସ୍ପଷ୍ଟ ହୋଇ ପାରି ନାହିଁ ।
What’s your Reaction?
+1
+1
+1
+1
+1
+1
+1