ମୁଖ୍ୟ ଖବର ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକାଙ୍କ ମୃତ୍ୟୁ Angul OnlineMay 23, 2021May 23, 2021 ଅନୁଗୁଳ – ଅନୁଗୁଳ ପଞ୍ଚମହଲା ସ୍ଥିତ ଆଦୃତା ଶିଶୁଗୃହର ମୁଖ୍ୟ ପରିଚାଳିକା ସତ୍ୟଭାମା ନାୟକଙ୍କ ଆଜି ଦେହାନ୍ତ ହୋଇଛି । ଗତ କିଛିଦିନ ତଳେ ସେ କରୋନା ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଥିଲେ । ତେବେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁଷ୍ଠାନର କର୍ମଚାରୀଙ୍କ ଠାରୁ ଜାଣିବାକୁ ମିଳିଛି । ଆଦୃତା ଶିଶୁ ସଦନର ସବୁ ପିଲାମାନଙ୍କର ସେ ମାଆ ଥିଲେ । ଅଲୋଡା, ଅବହେଳିତ ଶିଶୁମାନଙ୍କୁ ମଣିଷ କରିବାରେ ଜୀବନ ତାଙ୍କର ସମ୍ପୂର୍ଣ୍ଣ ରୁପେ ସମର୍ପିତ ଥିଲା । ତାଙ୍କର ସରଳ ଜୀବନ ଓ ଜୀବନାଦର୍ଶ ଯିଏ ଦେଖିଛି ତାକୁ ପ୍ରଭାବିତ କରିଛି । Advertisement
ଶିକାରୀ ହେଲା ଶିକାର – ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡି ଶିକାରୀର ମୃତ୍ୟୁ ଅନୁଗୁଳ – ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅଞ୍ଚଳରେ ଆଜି ଜଣେ ଶିକାରୀ ନିଜେ ଶିକାର ହୋଇଥିବା ଜଣା ପଡିଛି । ଶିକାରୀ ଜଣଙ୍କ ବିଦ୍ୟୁତ ତାର…
ଦୁର୍ଘଟଣାରେ ଜଣେ ମୃତ – ଘଟଣା ସ୍ଥଳରେ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଛେଳିଆପଡା ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।…
ମୁଖ୍ୟମନ୍ତ୍ରୀ ନବକୃଷ୍ଣଙ୍କୁ ଅସମ୍ମାନ – ଦୋଷ ମୁଣ୍ଡାଇଲେ ପୌରାଧକ୍ଷ ଅନୁଗୋଳ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣଙ୍କୁ ଅସମ୍ମାନ କରିଛି ଅନୁଗୋଳ ପୌରପାଳିକା । ସେହି ଗାନ୍ଧିବାଦୀ ନେତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଗୋପବନ୍ଧୁ ପାର୍କରେ ଲଗାଇଥିବା ବେଳେ…