ଅନୁଗୁଳ – ଓଡ଼ିଶା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ବୁଧବାର ସୁଦ୍ଧା ୯୯ହଜାର ୭୩୮ଜଣଙ୍କ କରୋନା ଆକ୍ରାନ୍ତ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏଥିରୁ କେବଳ ଅନୁଗୁଳ ଜିଲାରୁ ୬.୩୬ପ୍ରତିଶତ ଅର୍ଥାତ ୬ ହଜାର ୩୪୭ ଜଣ । ବିଭିନ୍ନ କୋଭିଡ ହସପିଟାଲ ଏବଂ ଚିକିତ୍ସା କେନ୍ଦ୍ରରେ ଏହି ଆକ୍ରାନ୍ତମାନଙ୍କ ଚିକିତ୍ସା ଚାଲିଛି । କେବଳ ଏତିକି ନୁହଁ, ରାଜ୍ୟରେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ଅନୁଗୁଳ ଜିଲାର ସ୍ଥିତି ହେଉଛି ଚତୁର୍ଥ । ପ୍ରଥମ ସ୍ଥାନରେ ଥିବା ଖୋର୍ଦ୍ଧା ଜିଲାରେ ୧୪ହଜାର ୮୫ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା କଟକରେ ୮ ହଜାର ୯୩୦ ଏବଂ ତୃତୀୟ ସ୍ଥାନରେ ଥିବା ସୁନ୍ଦରଗଡ଼ ଜିଲାରେ ୬ ହଜାର ୭୨୬ ଜଣଙ୍କ ଚିକିତ୍ସା ଚାଲିଛି ।
What’s your Reaction?
+1
+1
+1
+1
+1
+1
+1