ବେଆଇନ ଆଣ୍ଟିଜେନ ଟେଷ୍ଟ କରି ଜଣେ ଗିରଫ

ବେଆଇନ ଆଣ୍ଟିଜେନ ଟେଷ୍ଟ କରି ଜଣେ ଗିରଫ

ଅନୁଗୁଳ – ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରେ ଆଣ୍ଟିଜେନ କିଟ୍ ମାଧ୍ୟମରେ ବେଆଇନ ଭାବେ କୋଭିଡ ପରୀକ୍ଷା କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ କୁମଣ୍ଡ ଗାଁର ସାଗର ପ୍ରଧାନ । ତାଙ୍କ ପାଖରୁ କିଛି ଆଣ୍ଟିଜେନ କିଟ୍ କବତ କରାଯାଇଥିବା ଜଣା ପଡିଛି । ପୁଲିସ ସୂଚନା ଅନୁସାରେ, କୌଣସି ସ୍ଥାନରୁ ସେ ବେଆଇନ ଭାବେ କିଛି ଆଣ୍ଟିଜେନ କିଟ ଆଣି କୋଭିଡ୍ ପରୀକ୍ଷା କରୁଥିଲେ । ବିନା ଅନୁମତିରେ ସେ ଏହି ପରୀକ୍ଷା କରୁଥିଲା ବେଳେ ଏନେଇ ପୁଲିସ ସୂଚନା ପାଇଥିଲା  ଆଉ ତାଙ୍କୁ ଚତୁରତାର ସହ ପୁଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ କିଟ୍ ଜବତ କରିଛି । ତେବେ ସେ ଏହି ସବୁ କିଟ୍ କେଉଁଠାରୁ ଆଉ କିଭଳି ଆଣୁଥିଲେ , ଏଥିରେ ଆଉ କିଏ ସହଯୋଗ କରୁଥିଲା ସେ ନେଇ ପୁଲିସ ତଦନ୍ତ କରୁଛି

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply