ହାତୀଦାନ୍ତ ଜବତ

ଅନୁଗୁଳ – ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରୁ ବନବିଭାଗ ଏକ ହାତୀଦାନ୍ତ ଠାବ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗାଁ ନିକଟରେ ଥିବା ମିରିଗେଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗତ ୨୪ ତାରିଖ ସୋମବାର ସନ୍ଧ୍ୟା ସମୟରେ କିଛି ବନ ବିଭାଗ କର୍ମୀମାନେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଜଙ୍ଗଲ ନିକଟରେ ଥିବା ଏକ ପଡିଆରେ ସେମାନେ ଏକ ହାତୀ ଦାନ୍ତ ପଡିଥିବା ଦେଖିବାକୁ ପାଇଥିଲେ । ୱାଚର ଅଜୟ ପ୍ରଧାନ ଦାନ୍ତକୁ ଦେଖି ବନରକ୍ଷୀଙ୍କୁ ଦେଇଥିଲେ । ଉକ୍ତ ବନରକ୍ଷୀ ବନ୍ତଳା ବନାଞ୍ଚଳ ଅଧିକାରୀ ମାଧବଚନ୍ଦ୍ର ନାଏକଙ୍କ ଜିମାରେ ଆଣି ସେଇ ହାତୀଦାନ୍ତକୁ ଦେଇଥିଲେ । ହାତୀ ଦାନ୍ତର ଲମ୍ବ ୫୦ ସେମି ହୋଇଥିବା ବେଳେ ଓଜନ ୩ କେଜି ୬ ଶହ ଗ୍ରାମ ଥିବା ଜଣାପଡିଛି । ହାତୀମାନେ ନିଜ ନିଜ ଭିତରେ ଲଢେଇ କରିବା ବେଳେ ହାତୀ ଦାନ୍ତ ଭାଙ୍ଗି ଏଭଳି ପଡିଥିବା ଅନୁମାନ କରା ଯାଉଛି ତେବେ ପ୍ରକୃତରେ କିଭଳି ହାତୀ ଦାନ୍ତ ସେଠାରେ ପଡିଲା ସେ ନେଇ ତଦନ୍ତ କରା ଯାଉଥିବା ଏବଂ ତଦନ୍ତ ପରେ ଘଟଣାର ସ୍ପଷ୍ଟତା ହେବ ବୋଲି ରେଞ୍ଜର ମାଧବଚନ୍ଦ୍ର ନାଏକ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *