ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ କୋଭିଡ କଟକଣା ଉଲ୍ଲଘଂନ କରି ଏକ ବିବାହ ଭୋଜିର ଆୟୋଜନ ଚାଲିଥିବା ବେଳେ ଖବର ପାଇ ପ୍ରଶାସନ ଚଢାଉ କରିଥିଲା । ବିବାହ ଭୋଜି ବନ୍ଦ କରିବା ସହ କଟକଣାକୁ ଉଲ୍ଲଘଂନ କରିଥିବା ଯୋଗୁଁ ଆୟୋଜକଙ୍କୁ ୨୦ ହଜାର ଟଙ୍କା ଜୋରିମନା କରାଯାଇଥିଲା । ସୂଚନା ଅନୁସାରେ ଗୁରୁଜାଙ୍ଗ ଗାଁର ହରିହର ଲେଙ୍କାଙ୍କ ଝିଅର ଆଜି ବିବାହ ଥିବା ବେଳେ ଆଜି ଘର ନିକଟରେ ଏକ ଭୋଜିର ଆୟୋଜନ ହୋଇଥିଲା । ଯେଉଁଠି ଶତାଧିକ ଲୋକ ଭୋଜି ଖାଇବାର ବନ୍ଦୋବସ୍ତ କରା ଯାଇଥିଲା । ତେବେ ଏହି ଖବର ପ୍ରଶାସନ ପାଇବା ପରେ ପୁଲିସ ଓ ପ୍ରଶାସନ ମିଳିତ ଚଢାଉ କରିଥିଲେ । ଆଉ ଏହି ଭୋଜି ନ କରିବାକୁ ତାଗିଦ କରିବା ସହ କୋଭିଡ ନିୟମ ନ ମାନି ଏଭଳି ଭୋଜିର ଆୟୋଜନ କରିଥିବା ଯୋଗୁଁ ୨୦ ହଜାର ଟଙ୍କା ଜୋରିମନା କରା ଯାଇଥିଲା । ଏହା ସହ ସେଠାରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସ୍ଥାନିୟ ସରପଞ୍ଚଙ୍କ ସହାୟତାରେ ଗରିବ ଲୋକଙ୍କୁ ବାନ୍ତି ଦିଆ ଯାଇଥିଲା ।
What’s your Reaction?
+1
+1
+1
+1
+1
+1
+1