ଆଞ୍ଚଳିକ କଲେଜ ଡେମନଷ୍ଟ୍ରେଟରଙ୍କ ପରଲୋକ Angul OnlineMay 30, 2021May 30, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ଛେଣ୍ଡିପଦା ସ୍ଥିତ ବାପୁଜୀ ମହାବିଦ୍ୟାଳୟରେ ଡେମନଷ୍ଟ୍ରେଟର ରାମଚନ୍ଦ୍ର ସାହୁଙ୍କର ରବିବାର ସକାଳେ କଟକ ଠାରେ ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି । ତାଙ୍କ ଘର କୋଶଳା ଗ୍ରାମ ଶିମିଳିସାହିରେ ହୋଇଥିବା ବେଳେ ସେ ପ୍ରାୟ ଏକ ସପ୍ତାହ ପୁର୍ବରୁ ସେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ଅନୁଗୁଳ ଏବଂ ପରେ କଟକ ଚିକିତ୍ସା ପାଇଁ ନେଇଥିଲେ । ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ରାମଚନ୍ଦ୍ର ଜଣେ ଛାତ୍ର ବତ୍ସଳ ପରୋପକାରୀ ଭାବେ ସମସ୍ତଙ୍କର ପ୍ରୀୟଭାଜନ ହୋଇପାରିଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କୋଶଳା ସମେତ ଛେଣ୍ଡିପଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବାପୁଜୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ପ୍ରମୁଖ ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ତାଙ୍କର ମୃତ୍ୟୁ କରୋନାରେ ହୋଇଥିବା ସନ୍ଦେହ କରା ଯାଉଛି । କଟକ ପୌରପାଳିକା ପକ୍ଷରୁ କୋଭିଡ ନିୟମାନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । Advertisement
ଗାଁ ଭିତରେ ଉତ୍ପାତ କଲା ଦନ୍ତା – ଘର ଭାଙ୍ଗିବା ସହ ଫସଲ ଉଜାଡ଼ିଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାରମଞ୍ଚା ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଦାନତା ହାତୀର ଉତ୍ପାତ ଦେଖିବାକୁ ମିଳିଥିଲା । ରାତି ପ୍ରାୟ…
ଭାରତୀୟ ଡାକ ସେବାରେ ସିଂହ ଦ୍ୱାର ତାଳଚେର – ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟାଉନ୍ ସ୍ଥିତ କିଶୋର କ୍ଲବ ଠାରେ ଅପରାର୍ହ୍ନ ୫ଘଟିକା ସମୟ ରେ ଭାରତୀୟ ଡାକ ବିଭାଗ ଆନୁକୂଲ୍ୟରେ ତାଳଚେର ରାଜା…
ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟରେ ଆଜି ମଧ୍ୟାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ…