ପୁଣି ସକ୍ରିୟ ଗଞ୍ଜେଇ ମଫିଆ – ବଢିଛି ଗଞ୍ଜେଇ ଚାଷ

ପୁଣି ସକ୍ରିୟ ଗଞ୍ଜେଇ ମଫିଆ – ବଢିଛି ଗଞ୍ଜେଇ ଚା
ଅନୁଗୁଳ – ଏକଦା ଗଞ୍ଜେଇ ହବ୍‌ କୁହା ଯାଉଥିବା ଅନୁଗୁଳ ଜିଲ୍ଲାରେ ପୁଣି ଚେଇଁଲେଣି ଗଞ୍ଜେଇ ଚାଷୀ । ପୁଣି ଠାବ ହେଲାଣି ଗଂଜେଇ ଚାଷ ।

ଛେଣ୍ଡିପଦା , ହଣ୍ଡପା , ପୁରୁଣାକୋଟ ଆଦି ଥାନା ଅଞ୍ଚଳରେ ଏହି ବେଆଇନ ଗଞ୍ଜେଇ ଚାଷ ବିପୁଳ ପରିମାଣରେ ହୋଇଥିବା ଜଣା ପଡିଛି । ତେବେ ଏବେ ଗଞ୍ଜେଇ ମାଫିଆ ମାନେ ଦୁଇ ପାଦ ଆଗକୁ ଯାଇ ଜଙ୍ଗଲ ଜମିକୁ ଚାଷ ପାଇଁ ବାଛି ନେଇଛନ୍ତି । ପୂର୍ବରୁ ବେସରକାରୀ ଓ ସରକାରୀ ଜମିରେ ଚାଷ ହେଉଥିବା ବେଳେ ଏବେ ଘଞ୍ଚ ଜଙ୍ଗଲର ଏକର ଏକର ଜମିରେ ଗଞ୍ଜେଇ ଚାଷ କରା ଯାଉଛି । ଯେଉଁଥିପାଇଁ ବହୁ ସଂଖ୍ୟାରେ ମୂଲ୍ୟବାନ ଗଛ ମଧ୍ୟ ନଷ୍ଟ କରା ଯାଉଛି । ଗତ ୬ ବର୍ଷ ପୂର୍ବରୁ ଏହି ଅଞ୍ଚଳରେ ଗଞ୍ଜେଇ ଚଢ଼ଉ ଅଭିଯାନ ଜୋରଦାର କରି ଗଞ୍ଜେଇକୁ ସମୂଳ ଲୋପ କରାଯାଇଥିଲା । ତେବେ ବିଭାଗୀୟ ଅବହେଳା ଯୋଗୁଁ ପୁଣି ଗଞ୍ଜେଇ ଚାଷ ଆରମ୍ଭ ହୋଇଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । ମୁଖ୍ୟତଃ ବନ ବିଭାଗର ଜାଣତରେ ଏହି ଗଞ୍ଜେଇ ଚାଷ ହେଉଥିବା ଅଭିଯୋଗ ହେଉଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply