ଆଞ୍ଚଳିକ ବରିଷ୍ଠ କିରାଣୀଙ୍କ ପରଲୋକ Angul OnlineJune 2, 2021June 2, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣୀ ମିହିର କୁମାର ଜେନାଙ୍କ ପରଲୋକ ହୋଇଛି । ସେ ଆଠମଲ୍ଲିକ ଉପଖଣ୍ଡ ହସ୍ପିଟାଲରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଅନେକ ଦିନ ଯାଏ କାର୍ଯ୍ୟ କରିଥିଲେ । କିଛି ଦିନ ତଳେ କୋଭିଡରେ ଆକ୍ରାନ୍ତ ହୋଇ ଗୃହ ସଂଗରୋଧରେ ଥିଲେ । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଥିଲା । ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି । ସେ ଜଣେ ବନ୍ଧୁବତ୍ସଳ ଓ ଆମାୟିକ ଲୋକ ହିସାବରେ କର୍ମଚାରୀ ମହଲରେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । Advertisement
କାଳ ବୈଶାଖୀ ପ୍ରଭାବ – ଗଛ ପଡି ଦୁଇ ମୃତ ଅନୁଗୁଳ – ଶନିବାର ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ପ୍ରଭାବରେ ଜୋର ପବନ ସାଙ୍ଗକୁ ବର୍ଷା ହୋଇଥିଲା । ଏହା ପ୍ରଭାବରେ ଅନେକ ସ୍ଥାନରେ…
ଉଦଘାଟିତ ହେଲା ଫୁଲପଡା ବିଦ୍ୟୁତ ସବ-ଷ୍ଟେସନ ବଅଁରପାଳ -(AO)- ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ପାଖରେ ନିର୍ମାଣ ହୋଇଥିବା ବିଦ୍ୟୁତ ସବ-ଷ୍ଟେସନକୁ (ତଳମୂଳ ଶାସନ) ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ…
ଦୁର୍ଘଟଣାରେ ଜଣେ ଭାଇ ମୃତ , ଜଣେ ଭାଇ ଗୁରୁତର ଅନୁଗୁଳ – ରାସ୍ତା କଡରେ ଛିଡା ହୋଇ ଥିବା ଏକ ହାଇୱା ସହ ଧକ୍କା ହୋଇ ଜଣେ ମୋଟରସାଇକେଲ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ…