ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର ବିଷୟ ପାଲଟିଛି । ଏହାକୁ ଦମନ କରିବାକୁ ଜିଲ୍ଲାପାଳ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କରୋନା ଟେଷ୍ଟିଙ୍ଗକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଯେପରି କୌଣସି ଲୋକ କରୋନା ଟେଷ୍ଟିଙ୍ଗରୁ ବଞ୍ଚିତ ନହେବେ ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ଜିଲ୍ଲାରେ କରୋନା ଟେଷ୍ଟକୁ ମଧ୍ୟ ବୃଦ୍ଧି କରାଯିଅଛି । ପୂର୍ବରୁ ପ୍ରତ୍ୟେକ ମାସରେ ଆରଟିପିସିଆର ଟେଷ୍ଟ ୫୮୦୦ କରାଯାଉଥିଲା ଏବଂ କିନ୍ତୁ ଏବେ ଏହାକୁ ବୃଦ୍ଧି କରାଯାଇ ପ୍ରତ୍ୟେକ ମାସରେ ୧୮ ହଜାର ଆରଟିପିସିଆର ଟେଷ୍ଟ କରାଯାଉଛି । ସେହିଭଳି ପୂର୍ବରୁ ରାପିଡ଼ ଆଣ୍ଟିଜେନ ଟେଷ୍ଟ ପ୍ରତ୍ୟେକ ମାସରେ ୩୩ ହଜାର କରାଯାଉଥିଲା । କିନ୍ତୁ ତାହାକୁ ବୃଦ୍ଧି କରି ୯୦ ହଜାର ଟେଷ୍ଟ କରାଯାଉଛି । ଫଳରେ ଲୋକମାନଙ୍କୁ କରୋନା ଟେଷ୍ଟିଙ୍ଗ ସମସ୍ୟାରୁ ମୁକ୍ତି ମିଳିଛି । ଅଧିକ ମାତ୍ରାରେ ଟେଷ୍ଟିଙ୍ଗ ହେଉଥିବାରୁ କରୋନା ପଜିଟିଭ ମଧ୍ୟ ସେତିକି ମାତ୍ରାରେ ଦେଖାଦେଉଛି । କରୋନାର ପ୍ରଥମ ଲହରରେ ଏତେ ମାତ୍ରାରେ ଟେଷ୍ଟ ହେଉନଥିଲା କିନ୍ତୁ ବର୍ତ୍ତମାନ ଜିଲ୍ଲାପାଳ ତାହାକୁ ବହୁ ମାତ୍ରାରେ ବୃଦ୍ଧି କରା ଯାଇଛି । ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କ ସଠିକ ପଦକ୍ଷେପ ପାଇଁ ଏହା ସମ୍ଭବ ହୋଇପାରିଛି । ବର୍ତ୍ତମାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେପରି କେହି ଅସୁବିଧା ପାଇବେ ନାହିଁ ସେଥିପ୍ରତି ବେଶ ଗୁରୁତ୍ୱ ଜିଲ୍ଲାପାଳ ଦେଉଛନ୍ତି ।
What’s your Reaction?
+1
+1
+1
+1
+1
+1
+1