ଅପରାଧ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ – ନିସ୍ତୁକ ମାଡ଼ ଯୋଗୁଁ ମୃତ୍ୟୁ ଅଭିଯୋଗ Angul OnlineJune 3, 2021June 3, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଯୋଡ଼ା ଧରିଛି । କିଛି ଦିନ ତଳେ ସମ୍ପୃକ୍ତ ଯୁବକଙ୍କୁ କିଛି ବ୍ୟକ୍ତି ମିଶି ନିସ୍ତୁକ ମାଡ଼ ମାରିଥିଲେ । ଆଉ ଏହି ମାଡ଼ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ମୃତକଙ୍କ ସାନଭାଇ ପୁରୁଣାକୋଟ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ପୁରୁଣାକୋଟ ଥାନା ଟାକରସିଙ୍ଗା ଗାଁର ଶ୍ରୀଧର ଦେହୁରୀଙ୍କ ଗତକାଲି (ବୁଧବାର) ସନ୍ଧ୍ୟା ୭ଟା ବେଳେ ହଠାତ ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁର କାରଣ ଜଣା ପଡି ନଥିଲେ ମଧ୍ୟ ମୃତକଙ୍କ ସାନଭାଇ ମୂଳିଆ ଦେହୁରୀ ତାଙ୍କ ଭାଇଙ୍କୁ କିଛି ଲୋକ ବାଡେଇ ବାଡେଇ ମାରି ଦେଇଥିବା ଅଭିଯୋଗ କରିଛନ୍ତି । ଗୁରୁବାର ସେ ପୁରୁଣାକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । ତାଙ୍କ ଅଭିଯୋଗ ହେଲା ଯେ , ୮ଦିନ ପୂର୍ବରୁ ଟାକାରସିଙ୍ଗା ଗାଁରେ କିଛି ଲୋକ ଏକ ହରିଣ ଛୁଆ ପାଇ ଘରକୁ ଆଣିଥିଲେ । ଖବର ପାଇ ସେହି ଗାଁର ୫ ଜଣ ଯୁବକ ଆସି ହରିଣଛୁଆକୁ କାହିଁକି ରଖିଛ କହି ଜଣେ ବ୍ୟକ୍ତିଙ୍କୁ ବାଡ଼ାପିଟା କରିଥିଲେ । ଏହା ଦେଖି ଶ୍ରୀଧର ଉକ୍ତ ଯୁବକ ମାନଙ୍କୁ ବିରୋଧ କରିବା ସହ ସେମାନଙ୍କୁ ନ ବାଡେଇବା ପାଇଁ କହିଥିଲେ । ହେଲେ ଉକ୍ତ ଯୁବକମାନେ ଉତକ୍ଷିପ୍ତ ହୋଇ ଶ୍ରୀଧରଙ୍କୁ ଜଙ୍ଗଲ ଭିତରକୁକୁ ନେଇ ନିସ୍ତୁକ ମାଡ଼ ମାରିଥିଲେ । ଏହା ପରେ ତାଙ୍କୁ ଛାଡି ଦେଇଥିଲେ ବୋଲି ସେ ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି । ଘଟଣାର ଦୀର୍ଘ ୮ ଦିନ ବିତିଯିବା ପରେ ଗତ କାଲି ଶ୍ରୀଧରଙ୍କୁ ପୁଣି ଥରେ ଡାକି ପୁରୁଣା ରାଗ ସୁଝାଇବା ପାଇଁ ପ୍ରବଳ ମାଡ଼ ମାରିଥିଲେ । ଏବଂ ଅଧାମରା ଅବସ୍ଥାରେ ଏହି ଯୁବକ ମାନେ ଶ୍ରୀଧରଙ୍କୁ ତାଙ୍କ ଘର ପାଖେ ପକେଇ ଦେଇ ଚାଲି ଯାଇଥିଲେ ବୋଲି ମୃତକଙ୍କା ଭାଇ ଅଭିଯୋଗ କରିଛନ୍ତି । ସକାଳେ ଶ୍ରୀଧର ମରି ପଡିଥିବା ତାଙ୍କ ଘର ଲୋକ ଦେଖିବାକୁ ପାଇଥିଲେ । ପୁରୁଣାକୋଟ ଥାନାରେ ଅଭିଯୋଗ ପରେ ପୁଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ପୁରୁଣାକୋଟ ଥାନା ଅଧିକାରୀ ବିକ୍ରମ କେଶରୀ ଜୟପୁରିଆ ସୂଚନା ଦେଇଛନ୍ତି । Advertisement
କେନାଲରେ ଭାସୁଛି ମୃତଦେହ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ମାନଜୋର ଡ୍ୟାମର ପୂର୍ଵ ପାଖ ମୁଖ୍ୟ କେନାଲ ମଝିରେ ଶନିବାର ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ…
ପ୍ରେମରେ ଅନ୍ଧ ହୋଇ ବାପା-ମାକୁ ହାଣିଲା ପୁଅ ଅନୁଗୁଳ – ପ୍ରେମ ସଂପର୍କକୁ ବିରୋଧ କରିବା ଆଉ ଏଥିରୁ ନିବୃତ ରହିବାକୁ କହିବାରୁ ବାପା ଓ ମାଙ୍କୁ ହାଣିଦେଲା । ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ…
୨ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଅବକାରି ବିଭାଗ୍କୁ ପୁଣି ଏକ ବ୍ରାଉନସୁଗାର ମାମଲାରେ ସଫଳତା ମିଳିଛି । ଆଜି ଅବକାରି ବିଭାଗର ଅବକାରୀ ଇନ୍ସପେକ୍ଟର ରମ୍ଭା ବାଘ ଏବଂ…