ଉପ-ବାଚସ୍ପତିଙ୍କ ପୁଅ ଅରୁଣାଭଙ୍କୁ ଆକ୍ରମଣ ଉଦ୍ୟମ – ଦୁଇ ଅଟକ

ଉପ-ବାଚସ୍ପତିଙ୍କ ପୁଅ ଅରୁଣାଭଙ୍କୁ ଆକ୍ରମଣ ଉଦ୍ୟମ – ଦୁଇ ଅଟକ

ଅନୁଗୁଳ – ଉପ-ବାଚସ୍ପତିଙ୍କ ପୁଅଙ୍କୁ ଆଜି ରାତି ପ୍ରାୟ ୧୦ ଟା ବେଳେ କିଛି ଦୁର୍ବୃତ୍ତ ଆକ୍ରମଣ ଉଦ୍ୟମ କରିଥିବା ଜଣା ପଡିଛି । ଆକ୍ରମଣ ଉଦ୍ୟମକାରୀ ଦୁଇ ଜଣଙ୍କୁ କାବୁ କରି ପୁଲିସର ଜିମା ଦେଲେ ଲୋକେ । ସୂଚନା ଅନୁସାରେ ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାନସଭା ମଣ୍ଡଳୀ ବିଧାୟକ ରଜନୀକାନ୍ତ ସିଂହଙ୍କ ପୁଅ ଅରୁଣାଭ ସିଂହ ତାଙ୍କ ଗାଁ ଗୋତମରା ଘର ଆଗରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ଆକ୍ରମଣ ଉଦ୍ୟମ କରିଥିଲେ । ଆକ୍ରମଣକାରୀଙ୍କ ଆକ୍ରମଣରୁ ସୌଭାଗ୍ୟ ବଶତଃ ଅରୁଣାଭ ବର୍ତ୍ତୀ ଯାଇଛନ୍ତି । ତେବେ ୫ ଜଣ ଦୁର୍ବୃତ୍ତ ସେଠାରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଘଟଣା ସ୍ଥଳରୁ ଚାଲି ଯାଇଥିଲେ । ଅନ୍ୟ ଦୁଇ ଜଣଙ୍କୁ ଲୋକ କାବୁ କରି ନେଇଥିଲେ । ସେମାନଙ୍କ ନିକଟରୁ ୨ ଟି ମଧ୍ୟ ଛୁରି ଜବତ ହୋଇଛି ଅରୁଣାଭ ଏ ନେଇ ବଅଁରପାଳ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଦୁର୍ବୃତ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି ତେବେ ଏହି ଆକ୍ରମଣ ଉଦ୍ୟମ ପଛରେ କଣ ଅଛି ତାହା ଜଣା ପଡି ନାହିଁ

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply