ଅନୁଗୁଳ ବଜାରରେ ମିଟିଓର 350

ଅନୁଗୁଳ ବଜାରରେ ମିଟିଓର 350

ଅନୁଗୁଳ ବଜାରରେ ମିଟିଓର 350
ଅନୁଗୁଳ – ସାରା ଭାରତରେ ଗତକାଲି ରୋୟାଲ ଏନଫିଲଡ଼ ର ମିଟିଓର 350 ସିସି ଲଞ୍ଚ ହୋଇଛି । ତେବେ ଅନୁଗୁଳ ବଜାରରେ ମଧ୍ୟ ଏହି ମୋଟରସାଇକେଲ ପ୍ରବେଶ କରିଛି । ତୁରଙ୍ଗସ୍ଥିତ ଗ୍ରୀନଟ୍ରିଟ ଅଟୋମୋବାଇଲ ପ୍ରାଇଭେଟ ଲିମିଟେଡ଼ର ମଧ୍ୟ ଏହାର ଅପନିଙ୍ଗ ସେରିମୋନି ଆୟୋଜନ କରା ଯାଇଥିଲା ।

ଅନୁଗୁଳ ବାଇକ ରାଇଡର୍ସଙ୍କ ଗହଣରେ ଆୟୋଜିତ ଏହି ଅପନିଙ୍ଗ ସେରିମୋନିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଅନେକ ରାଇଡ଼ର୍ସ , ଏସ ବି ଆଇ , ଏସ ଏମ ଇ ବ୍ରାଞ୍ଚ ହେଡ ସରିତା ମିଶ୍ର , ଗ୍ରୀନଟ୍ରିଟ ଅଟୋମୋବାଇଲ ପ୍ରାଇଭେଟ ଲିମିଟେଡ଼ର ଏମ.ଡି. ଅନିଲ ରାଉତ ଆଦି ଉପସ୍ଥିତ ଥିଲେ । ଏହି ମୋଟରସାଇକେଲର ଦାମ ଏକ ଲକ୍ଷ ୯୫ ହଜାର ରହିଥିବା ବେଳେ ୫ ଟି ରଙ୍ଗରେ ଉପଲବ୍ଧ ଅଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply