ଅପରାଧ ଜଙ୍ଗଲରେ ଫୁଟାଇଲେ ଗୁଳି – ୫ ଶିକାରୀ ଅଟକ ୧ଚମ୍ପଟ Angul OnlineJune 6, 2021June 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କୋର ଜଙ୍ଗଲ ରାଇଗୁଡାରେ କିଛି ଶିକାରୀ ଶିକାର ପାଇଁ ଗୁଳି ଫୁଟାଇ ଥିବା ବେଳେ ଗୁଳି ଶବ୍ଦକୁ ଆଧାର କରି ଶିକାରୀଙ୍କୁ କାବୁ କରିବାରେ ବନବିଭାଗ ସଫଳ ହୋଇଛି । ଏହି ଘଟଣାରେ ମୋଟ ୬ ଜଣ ଶିକାରୀ ସମ୍ପୃକ୍ତ ଥିବା ବେଳେ ବନବିଭାଗ ୫ ଜଣକୁ କାବୁ କରି ନେଇଛି । ତେବେ କୌଶଳକ୍ରମେ ଅନ୍ୟ ଜଣେ ଶିକାରୀ ବନ୍ଧୁକ ସହ ଚମ୍ପଟ ମାରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ଶୁକ୍ରବାର ସାତକୋଶିଆ ଅଭୟାରଣ୍ୟର କୋର ଜଙ୍ଗଲ ରାଇଗୁଡା ବନାଞ୍ଚଳକୁ ନୂଆଖେତା ଓ ନୂଆ ରାଇଗୁଡା ଅଞ୍ଚଳର କିଛି ଶିକାରୀ ଶିକାର ଉଦ୍ୟେଶରେ ଯାଇଥିଲେ। ଘଞ୍ଚ ଜଙ୍ଗଲ ଭିତରେ ଜଙ୍ଗଲୀ ଜନ୍ତୁ ମାରିବାକୁ ଉଦ୍ୟମ କରିଥିଲେ । ବନ୍ଧୁକ ସାହାଯ୍ୟରେ ଗୁଳି ଫୁଟାଇ ଶିକାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶିକାର କରିବାରେ ବିଫଳ ହୋଇଥିଲେ । ତେବେ ଗୁଳି ଶବ୍ଦ ଶୁଣି ପେଟ୍ରୋଲିଂ କରୁଥିବା ବନ କର୍ମଚାରୀ ମାନେ ଶିକାରୀଙ୍କୁ ଘେରି ଯାଇଥିଲେ । ଘଟଣା ସ୍ଥଳରେ ୬ ଜଣ ଶିକାରୀ ଥିବା ବେଳେ ଏମାନଙ୍କ ଦଳରୁ ମୁଖ୍ୟ ଅଭିଯୁକ୍ତ ବନ୍ଧୁକ ସହ ଖସି ପଳାଇବାକୁ ସକ୍ଷମ ହୋଇଥିଲା । ଅନ୍ୟ ୫ ଜଣଙ୍କୁ ବନବିଭାଗ ଅଟକ ରଖି ପଚରାଉଚରା କରୁଛି । ଫେରାର ହୋଇ ଯାଇଥିବା ଅଭିଯୁକ୍ତକୁ ଧରିବାକୁ ବନ ବିଭାଗ ଉଦ୍ୟମ ଯାଇ ରଖିଛି । Advertisement
ଜୁଆଆଡା ଉପରେ ପୁଲିସର ଚଢ଼ାଉ, ୩ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିପଟା ମେଡିକାଲ ପଛପଟେ ଚଢ଼ାଉ କରି ଟଙ୍କା ସହିତ ୩ ଜଣ…
୭ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ , ୪ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଶନିବାର ୭୪ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ…
ଚୋରୀ ପିକଅପ ଭ୍ୟାନ ଜବତ – ତିନି ଗିରଫ ଅନୁଗୁଳ – ପିକ୍ଅପ୍ ଭ୍ୟାନ୍ ଚୋରି କରି ତିନି ଗିରଫ । ଅନୁଗୁଳ ସହର ଗାନ୍ଧୀମାର୍ଗରେ ରହୁଥିବା ପ୍ରଶାନ୍ତ କୁମାର ବେହେରାଙ୍କ ପିକ୍ଅପ୍ ଭ୍ୟାନଟି ଗତ ୬…