ପିକଅପକୁ ଧକ୍କା ଦେଲା ଟ୍ରକ – ଜଣେ ମୃତ

ପିକଅପକୁ ଧକ୍କା ଦେଲା ଟ୍ରକ – ଜଣେ ମୃତ

ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ମୁକ୍ତାପୁର ଗ୍ରାମ ନିକଟ ଜାତୀୟ ରାଜପଥ-୪୯ ଉପରେ ଏକ ପିକଅପ ଗାଡି କୁ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ସ୍ଥାନୀୟ ଫାର୍ମ ସାହିର ଧୁଳିଆ ମୁଖୀ । ସୂଚନା ଅନୁସାରେ ପିକଅପ ଗାଡିଟି କେନ୍ଦୁଝର ଜିଲ୍ଲା ତେଲକୋଇରୁ ପାଲଲହଡାକୁ ଆସୁଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକର ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ପିକଅପ ଗାଡିକୁ ଧକ୍କା ଦେଇଥିଲା । ପିକଅପର ଡାଲାରେ ବସିଥିବା ଧୁଳିଆ ଗାଡିରୁ ଛିଟିକି ଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପାଲଲହଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡି ଜବତ କରି ତଦନ୍ତ କରୁଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply