ଅପରାଧ ଦୁଇ ଚୋରୀ ଟ୍ରକ୍ ଉଦ୍ଧାର – ୫ ଗିରଫ Angul OnlineJune 10, 2021June 10, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଚୋରୀ ହୋଇଥିବା ଦୁଇଟି ଟ୍ରକ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତ ଏପ୍ରିଲ ୧୨ତାରିଖ ରାତି ୮ ଟା ସମୟରେ ବିଜୟ କୁମାର ଦାସଙ୍କ ଟ୍ରକ ଡ୍ରାଇଭର ଲିଙ୍ଗରାଜ ରୋଡରେ ଟ୍ରକ (ଓଆର-୧୯-ସି-୪୬୩୩)କୁ ଛିଡା କରି ହୋଟେଲକୁ ଖାଇବାକୁ ଯାଇଥିଲେ । ହେଲେ ସେଠାରୁ ଖାଇ ଫେରିବା ପରେ ଗାଡି ନଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ଥାନାରେ ଗାଡି ଚୋରି ହୋଇଥିବା ଲିଖିତ ଅଭିଯୋଗ କରିଥିଲେ । ତାଳଚେର ପୁଲିସ ଘଟଣା ଅନୁସନ୍ଧାନ କରି ଟ୍ରକ ଟିକୁ ଉଦ୍ଧାର କରିବା ସହିତ ଚୋରୀରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ମେ ମାସ ୨୮ ତାରିଖ ଉମାକାନ୍ତ ନାଏକଙ୍କ ଟ୍ରାକ ଡ୍ରାଇଭର ସନା ଦଶ ଚକିଆ (ଓଆର-୦୯-ଜି-୯୨୧୧) ଟ୍ରକକୁ ପବିତ୍ର ମୋହନ ଛକ ନିକଟରେ ରଖି ଦେଇଥିଲେ । ପରେ ପବିତ୍ର ମୋହନ ଛକ ନିକଟରେ ଗାଡି ନଥିବା ଦେଖି ଉମାକାନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଳଚେର ପୁଲିସ ତଦନ୍ତ କରି ଟ୍ରକଟିକୁ ଉଦ୍ଧାର କରିବା ସହିତ ଚୋରୀରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ସୁବର୍ଣ୍ଣପୁର ବାଙ୍କିର ସୌମ୍ୟରଞ୍ଜନ ସେଠି ଓରଫ ପିଙ୍କୁ , ବେନ୍ତପୁର ଗ୍ରାମର ଶୁଭାଶିଷ ସେଠ ଓରଫ କରନ , ଖଣ୍ଡହତା ଯାଜପୁର ଗ୍ରାମର ବିକାଶ ଜେନା ଓରଫ ଟେରୁ , ଶ୍ରୀବନ୍ତପୁର ଯାଜପୁର ଗ୍ରାମର ମହେନ୍ଦ୍ର ପ୍ରତିହାରୀ ଓରଫ ବାୟା ଓ ହାଣ୍ଡିଧୂଆଁ ଗ୍ରାମର ସନ୍ତୋଷ କୁମାର ଦାସ । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ଜଣା ପଡିଛି । Advertisement
ଗଞ୍ଜେଇ ଚାଷ ନଷ୍ଟ ବେଳେ ମିଳିଲା ବନ୍ଧୁକ ଓ ଗୁଳି ଅନୁଗୁଳ – ବେଆଇନ ଗଞ୍ଜେଇ ଚାଷ ଉପରେ ପୁଲିସ , ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କର ଯାଇଛି । ଚଢାଉ…
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ କାରାଦଣ୍ଡ ଅନୁଗୁଳ – ଟ୍ୟୁସନ ସାରଙ୍କୁ ୨୦ବର୍ଷ କାରାଦଣ୍ଡ । ଟ୍ୟୁସନ ଆସୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ସାରଙ୍କୁ ଦଣ୍ଡ ଶୁଣାଇଲେ ଅନୁଗୁଳ ଅତିରିକ୍ତ ଜିଲ୍ଲା…
କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା – ବୁଦା ମୂଳରୁ ମୃତଦେହ ଉଦ୍ଧାର ଗାଧେଇବାକୁ ଯାଇ ଫେରିଲେ ନାହିଁ । ଗଣ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସନ୍ଦେହରେ ୩ ଅଟକ । ସ୍ଵପ୍ନ ଅଧାରେ ରହିଗଲା – ଲକ୍ଷ୍ୟ…