ମୁଖ୍ୟ ଖବର ଟ୍ରାଏଲ ରନ ବେଳେ ଫାଟିଲା ପାଉଁଶ ପାଇପ – ଭାସିଗଲା ଆସବାବପତ୍ର Angul OnlineJune 11, 2021June 11, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏକଡାଳ ଗାଁ ନିକଟରେ ଏନଟିପିସିର ପାଉଁଶ ପାଣି ପାଇପ ଫାଟିବା ଫଳରେ ଏକ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ୬ ଟି ପରିବାରର ଘର ନଷ୍ଟ ହେବା ସହ ଆସବାବ ପତ୍ର ଓ ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ କଣିହାଁ ଏନଟିପିସିରୁ ବନ୍ଦ ଥିବା ଅନନ୍ତ କୋଇଲା ଖଣିକୁ ପୋତିବା ପାଇଁ ପାଇପ ବିଛା ଯାଇଥିଲା । ଆଜି ଏହି ପାଇପରେ ପାଉଁଶ ପାଣି ଛାଡି ଏହାକୁ ଟ୍ରାଏଲ ରନ କରା ଯାଇଥିଲା । ତେବେ ଏହି ଟ୍ରାଏଲ ରନ ବେଳେ ହଠାତ ପାଇପ ଫାଟି ଯାଇଥିଲା । ଆଉ ସଙ୍ଗେ ସଙ୍ଗେ ପାଉଁଶ ପାଣି ବିଛୁରି ପଡିବା ସହ ଏକଡାଳ ଗାଁ ଭିତରକୁ ପାଣି ମାଡି ଯାଇଥିଲା । ଗାଁର ହରିଜନ ସାହି ଜଳମଗ୍ନ ହେବା ସହ ସେଠାରେ ଏକ ପ୍ରକାର କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘର ଭିତରେ ପାଉଁଶ ପାଣି ପଶି ଯାଇଥିଲା । ଫଳରେ ଘରେ ଥିବା ଖାଦ୍ୟ ସାମଗ୍ରୀ ସମେତ ଆସବାବ ପତ୍ର ସବୁ ନଷ୍ଟ ହୋଇ ଯାଇଛି । ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଖବର ପାଇ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କ ସହ କଥା ହେବା ପରେ ଏନଟିପିସି କର୍ତ୍ତୁପକ୍ଷଙ୍କ ସହ କ୍ଷତିପୂରଣ ନେଇ ଆଲୋଚନା କରିଛନ୍ତି । ଆଉ ଭବିଷ୍ୟତରେ ଏଭଳି ଦୁର୍ଘଟଣା କିଭଳି ନ ହେବ ସେଥିପାଇଁ ଦ୍ରୁଷ୍ଟି ଦେବାକୁ ନିର୍ଦେଶ ଦେଇଛନ୍ତି । Advertisement
ଡାକ୍ତରଖାନା ପରିସରରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ଔଷଧ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଡାକ୍ତରଖାନା ପରିସରରେ ଭୟାବହ ଅଗ୍ନିକାଣ୍ଡ । ଡାକ୍ତରଖାନାର ଔଷଧ ଷ୍ଟୋର ରୁମରେ ନିଆଁ ଲାଗିଛି । ଯାହା ଫଳରେ ଲକ୍ଷାଧିକ…
ସିବିଆଇ ପଞ୍ଝାରେ ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ତାଳଚେର – ସିବିଆଇ ପଞ୍ଝାରେ ତାଳଚେର ଏମସିଏଲର ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ଜୟନ୍ତ ବାରିକ । ତାଳଚେର ଏମସିଏଲର ବଳରାମ କୋଇଲା ଖଣି ସୁରକ୍ଷା ଅଧିକାରୀ…
ଅଗ୍ନିକାଣ୍ଡରେ ୧୦ ଛେଳି ଜୀବନ୍ତ ଦଗ୍ଧ ଅନୁଗୋଳ – ଅନୁଗିଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କୁସୁମପାଟରେ ଘର ପୋଡ଼ି ଘଟଣାରେ ଜଣେ ମହିଳା ଗୁରୁତର ହେବା ସହ ୧୦ ଛେଳି ଜୀବନ୍ତ ଦଗ୍ଧ…