ଗଛରେ ଝୁଲୁଛି ବୃଦ୍ଧଙ୍କ ମୃତଦେହ

ଗଛରେ ଝୁଲୁଛି ବୃଦ୍ଧଙ୍କ ମୃତଦେହ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କଲେଇପଦା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଗଛରେ ଆଜି ଦେଖିବାକୁ ମିଳିଛି । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୁଲିସ ତଦନ୍ତ ଚଳାଇଛି । ସୂଚନା ଅନୁସାରେ ବନ୍ତଳା ଥାନା କଲେଇପଦା ଗ୍ରାମର ରାଜ ମୁଖୀ ଗତକାଲି ଅପରାହ୍ନ ୩ଟା ବେଳକୁ ଶୌଚ ହେବାକୁ ଯାଉଛି କହି ଘରୁ ବାହାରି ଆସିଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି ପରେ ଗତକାଲି ରାତିରେ ତାଙ୍କ ମୃତଦେହ ଗାଁ ନିକଟରେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ।  ପରିବାର ଲୋକଙ୍କ ଅଭିଯୋଗ ପରେ ଆଜି ସକାଳେ ବନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply