ଅନୁଗୁଳ – ପଞ୍ଚାୟତରେ ଯେଉଁ ଜାଗାରେ ଅଧିକ ସରକାରୀ ଜାଗା ଅଛି ସେଠାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ନ କରି ଜୋର ଜବରଦସ୍ତି ଏକ ପଥରବଣି କିସମ ଜାଗାରେ ଗୃହ ନିର୍ମାଣକୁ ବିରୋଦ୍ଧ କରିଛନ୍ତି ସାନ୍ତରାପୁର ଗ୍ରାମର ମହିଳା । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ଗ୍ରାମ ପଞ୍ଚାୟତର ନୂତନ ଗୃହ ନିର୍ମାଣ ପାଇଁ ଦିଆଯାଇଥିବା ଜାଗା ଖାତା ନଂ :୩୫୧, ପ୍ଲଟ ନଂ : ୨୧୪୦ ଏକ ପଥରବଣି କିସମର ଜାଗା । ପଞ୍ଚାୟତର ବିକାଶ ଚାହୁଁ ନଥିବା କିଛି ସ୍ୱାର୍ଥନେସି ଲୋକ ଏହାର କିସମ ବଦଳାଇ ଏହି ଜାଗାଟିକୁ ପ୍ରସ୍ତାବିତ କରିଥିବା ଅଭିଯୋଗ କରିଛନ୍ତି ମହିଳା । ଆଜି ଏହି କାର୍ଯ୍ୟ ଆରମ୍ଭ ହେବାରୁ ଗାଁର ମହିଳା ମାନେ ବିରୋଦ୍ଧ କରିବା ସହ ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ଦେଇଛନ୍ତି । ସେମାନଙ୍କ ଦାବି ହେଲା ଯେ ସାନ୍ତରାପୁର ପଞ୍ଚାୟତର ସାନ୍ତରାପୁର ମୌଜାରେ ଥିବା ସର୍ବାଧିକ ସରକାରୀ ଜାଗା ଖାତା ନଂ : ୩୫୩, ପ୍ଲଟ ନଂ : ୨୫୬୯ ରେ ନୂତନ ପଞ୍ଚାୟତ ଗୃହ କାର୍ଯ୍ୟାଳୟ ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଆଗାମୀ ଭବିଷ୍ୟତ ପାଇଁ ଏହି ଜାଗାରେ ସବୁକିଛି ସରକାରୀ ଘର ହେଇପାରିବ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପଞ୍ଚାୟତ କାର୍ଯ୍ୟାଳୟ ଗୃହ ସର୍ବାଧିକ ସରକାରୀ ଜାଗାରେ ନହେଲେ ବିରୋଦ୍ଧ ଜାରି ରହିବ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି ।
What’s your Reaction?
+1
+1
+1
+1
+1
+1
+1