ଅପରାଧ କାର ସହ ଗଞ୍ଜେଇ ଜବତ – ଜଣେ ଗିରଫ Angul OnlineJune 23, 2021June 23, 2021 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ଆଉଁଳି ନଦୀ ପୋଲ ଉପରୁ ଛେଣ୍ଡିପଦା ପୁଲିସ ଏକ କାରରୁ ଗଞ୍ଜେଇ ଜବତ କରିବା ସହ କାର ଚାଳକକୁ ଗିରଫ କରିଛି । ଗିରଫ ଚାଳକ ଜଣକ ହେଲେ ପାଟକମୁଣ୍ଡା ପଞ୍ଚାୟତ ଭାଲୁଖାଇଢ଼ିପ ଗାଁର ଜିତେନ୍ଦ୍ର ସାହୁ । ସୂଚନା ଅନୁସାରେ ପାଟକମୁଣ୍ଡା ଅଞ୍ଚଳରୁ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଛେଣ୍ଡିପଦା ପୁଲିସ ବୁଧବାର ବିଳମ୍ବିତ ରାତିରେ ଆଉଁଳି ନଦୀ ଉପରେ ଜଗି ରହିଥିଲେ । ସେହି ସମୟରେ ଭାଲୁଖାଇଢିପ ଗ୍ରାମର ଜିତେନ୍ଦ୍ର ସାହୁ ତାଙ୍କ ଟାଟା ଟିଆଗୋ ଗାଡିରେ ଫେରୁଥିବା ବେଳେ ପୋଲିସ ଗାଡିକୁ ଯାଞ୍ଚ କରିବା ସହିତ ଗାଡି ଭିତରେ ଥିବା ଏକ ବ୍ୟାଗରୁ ୩ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ପୁଲିସ କାର ସହ ଗଞ୍ଜେଇକୁ ଜବତ କରିବା ସହିତ ଗାଡିର ଚାଳକକୁ ଗିରଫ କରିଥିଲା । ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ଜିତେନ୍ଦ୍ରକୁ ପୋଲିସ କୋର୍ଟ ଚାଲାଣ କରିଛି । ଉକ୍ତ ଗଞ୍ଜେଇକୁ ଜିତେନ୍ଦ୍ର ଫୁଲବାଣିରୁ ବିକ୍ରି କରିବା ଉଦ୍ଦେଶ୍ୟରେ ଘରକୁ ଆଣୁଥିବା ଜିତେନ୍ଦ୍ର ସ୍ଵୀକାର କରିଛି ବୋଲି ଛେଣ୍ଡିପଦା ଥାନା ଏସଆଇ ଅଜୟ କୁମାର ସାହୁ ପ୍ରକାଶ କରିଛନ୍ତି । Advertisement
ଭୁଜାଲିରେ ହାଣି ଲୁଟି ନେଲେ ୨ ଲକ୍ଷ ଟଙ୍କା ଛେଣ୍ଡିପଦା – ଭୁଜାଲିରେ ଆକ୍ରମଣ କରି ଗ୍ରାହକ ସେବା କେନ୍ଦ୍ରର ମାଲିକଙ୍କ ଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି ଦୁବୁର୍ତ୍ତ । ଭୁଜାଲି ଆକ୍ରମଣରେ…
ଘର ତାଲା ଭାଙ୍ଗି ଲୁଟି ନେଲେ ଟଙ୍କା , ସୁନା , ସ୍କୁଟି ସହ ବାସନକୁସନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମହାଦେବବିହାର ଅଞ୍ଚଳରେ ଘର ଲୋକ ନଥିବା ବେଳେ ତାଲା ଭାଙ୍ଗି ଏକ ବଡ଼ ଧରଣର ଲୁଟ ହୋଇଛି । ଖବର…
ପୁଅର ଟାଙ୍ଗିଆ ଚୋଟରେ ବାପ ମୃତ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା କଞ୍ଜରା ଗ୍ରାମରେ ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଞ୍ଜରା ରାଜବୁରୀ…