ଜିଲ୍ଲାରେ ମାଟ୍ରିକ ପାସହାର ୯୮.୦୮ – ୨୧୭ ଜଣ ଛାତ୍ରଛାତ୍ରୀ ଫେଲ

ଜିଲ୍ଲାରେ ମାଟ୍ରିକ ପାସହାର ୯୮.୦୮ – ୨୧୭ ଜଣ ଛାତ୍ରଛାତ୍ରୀ ଫେଲ

* ଅଧିକ ପୁଅ ମାରିଲେ ବାଜିମାତ

* ୧୬୯୪୬ ଜଣ ପରୀକ୍ଷାର୍ଥୀ ପାସ୍

* ଏ-୧ ଗ୍ରେଡ୍ ରେ ମୋଟ ୧୧୭ ଜଣ ପରୀକ୍ଷାର୍ଥୀ

ଅନୁଗୁଳ – ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜ୍ୟରେ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ଚଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୯୮.୦୮ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ଅନୁଗୁଳ ଜିଲ୍ଲାର ୨୬୨ ଟି ସ୍କୁଲରୁ ୧୭୨୭୭ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରୁ ୧୬୯୪୬ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଆମକୁ ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ସୋମ୍ୟ ସୌରଭ ତ୍ରିପାଠୀ ଓ ଅନନ୍ତ ବିହାର ଡ଼ିଏଭି ଛାତ୍ର ବିକାଶ ପ୍ରଧାନ ସର୍ବାଧିକ ୫୮୨ ନମ୍ବର ରଖି ଅନୁଗୁଳ ଜିଲ୍ଲା ଟପ୍ପର ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ଏ-୧ ଗ୍ରେଡ୍ ରେ ମୋଟ ୧୧୭ ଜଣ ରହିଥିବା ବେଳେ ଏ-୨ ଗ୍ରେଡ୍ ରେ ୭୭୨ ଜଣ , ବି-୧ ଗ୍ରେଡରେ ୧୮୯୮ ଜଣ , ବି-୨ ରେ ୩୦୩୭ ଜଣ , ସି ଗ୍ରେଡରେ ୪୦୨୮ ଜଣ , ଡ଼ି ଗ୍ରେଡରେ ୩୯୯୫ ଜଣ ଓ ଇ ଗ୍ରେଡରେ ୩୦୯୯ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ପାସ କରିଥିବା ଏହି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୮୫୩୪ ଜଣ ଛାତ୍ର ଓ ୮୪୧୨ ଜଣ ଛାତ୍ରୀ ଅଛନ୍ତି । ତେବେ ଚଳିତ ବର୍ଷ ୨୧୭ ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିବା ଜଣା ପଡିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply