ଆଞ୍ଚଳିକ ସାପ କାମୁଡ଼ାରେ ନାବାଳିକା ମୃତ Angul OnlineJune 25, 2021June 25, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଇଲିସୁଂଆ ଗ୍ରାମର ଜଣେ ନାବାଳିକା ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଛି । ମୃତକ ଜଣକ ହେଲେ ଶୁକ୍ରୁ ଶୁଣ୍ଠି ଙ୍କ ୧୧ ବର୍ଷ ବୟସର ଝିଅ ନନ୍ଦୀ ଶୁଣ୍ଢି । ଗୁରୁବାର ରାତିରେ ଘରର ସମସ୍ତେ ଖାଇ ପିଇ ଶୋଇଥିଲେ । ତେବେ ସକାଳେ ନନ୍ଦୀକୁ ସାପ କାମୁଡି ଥିବା ଜାଣି ଡାକ୍ତରଖାନା ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ନନ୍ଦୀକୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । Advertisement
ହାତୀ ଆକ୍ରମଣରେ ଜଣେ ଗୁରୁତର – ଘଟଣାକୁ ନେଇ ଉତ୍ତେଜନା ଅନୁଗୋଳ – ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜରେ ହାତୀ ଆକ୍ରମଣରେ ଗୁରୁବାର ସକାଳେ ପୋକତୁଙ୍ଗା ଗାଁର ସୁରେଶ ପ୍ରଧାନ (୫୫ ବର୍ଷ) ଗୁରୁତର ଆହତ ହୋଇଛନ୍ତି।…
ସାପ କାମୁଡାରେ ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବହାଳସାହି ଗାଁରେ ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ ହେଲେ ପ୍ରଶାନ୍ତ…
ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭୂମିପୂଜନ ଓ ଭିତ୍ତିପ୍ରସ୍ତର ଅନୁଗୁଳ – ଅନୁଗୁଳ ବ୍ଲକ୍ର ସୁସୁଡା ଗ୍ରାମ ପଞ୍ଚାୟତର ନୂତନ ଗ୍ରାମ ପଞ୍ଚାୟତ ଗୃହ ଆଜି ସୁସୁଡ଼ା ଗ୍ରାମ ଉପକଣ୍ଠ ରେ ଥିବା ମାଳତୀ ବିହାର ଠାରେ…