ମୁଖ୍ୟ ଖବର ଟ୍ୟାଙ୍କର ଧକ୍କାରେ ଜଣେ ମୃତ Angul OnlineJune 26, 2021June 26, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ପଥଚାରୀକୁ ଏଲପିଜି ଟ୍ୟାଙ୍କର ଧକ୍କା ଦେବା ଫଳରେ ପଥଚାରୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ଟ୍ୟାଙ୍କରଟି ତାଙ୍କୁ ଧକ୍କା ଦେବା ପରେ ଘଟଣା ସ୍ଥଳରେ ପଥଚାରୀ ଗୁରୁତର ଅବସ୍ଥାରେ ଥିବା ବେଳେ ବଅଁରପାଳ ପୁଲିସ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ତେବେ ସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ ମୃତକ ଜଣଙ୍କ ନାମ ଜଗବନ୍ଧୁ ଦେହୁରୀ । ଜଗବନ୍ଧୁ ୩୦ ବର୍ଷ ହେବ ବଅଁରପାଳ ଅଞ୍ଚଳରେ ଭଡାରେ ରହୁଥିଲେ । ଜଗବନ୍ଧୁ ଦେହୁରୀ ତାଙ୍କ ଘର ମାଲିକଙ୍କ ଦୋକାନରେ ସେ କାମ କରୁଥିଲେ । Advertisement
ରେଳ ଯୋଗେ ଗଞ୍ଜେଇ ଚାଲାଣ ପାଇଁ ଜଗିଥିବା ବେଳେ କାବୁ କରିନେଲା ପୁଲିସ – ଦାମିକା ଗାଡି ଜବତ , ଜଣେ ଗିରଫ ଅନୁଗୁଳ – ଦାମୀ ଗାଡ଼ିରେ ଗଞ୍ଜେଇ ରଖି ଟ୍ରେନ୍ ଯୋଗେ ବାହାରକୁ ଚାଲାଣ କରିବାକୁ ଚାହିଁ ରହି ଥିବା ବେଳେ କାବୁ କରିନେଲା ପୁଲିସ । ଆଉ…
ବଜ୍ରପାତରେ ଚାଷୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ଗାଁରେ ବଜ୍ରପାତରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ଗାଁର ସୁଧାକର…
ହାତୀ ଆକ୍ରମଣରେ ବୃଦ୍ଧ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ତଳା ରେଞ୍ଜ କନ୍ତମେଘ ଗାଁରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ…