ଭଲ ଖବର କ୍ରୀଡାବିତଙ୍କ ସ୍ଵପ୍ନ ହେଲା ପୂରଣ – ପୁଲିସରେ ମିଳିଲା ନିଯୁକ୍ତି Angul OnlineJune 29, 2021June 29, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଯୁବ କ୍ରୀଡ଼ାବିତ୍ ରାକେଶ ଭୁକ୍ତାଙ୍କୁ ରାଜ୍ୟ ପୁଲିସ ବିଭାଗରେ ନିଯୁକ୍ତି ମିଳିଛି । ତାଙ୍କ ଘର ତାଳଚେର ବ୍ଲକ ଅନ୍ତର୍ଗତ ଅନନ୍ତବେରେଣୀ ଗ୍ରାମରେ । ରାଜ୍ୟ ସରକାରଙ୍କ ଦ୍ୱାରା ୩୯ ଜଣ କ୍ରୀଡାବିତଙ୍କୁ ରାଜ୍ୟ ପୁଲିସ ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଥିଲା ବେଳେ ରାକେଶ ଏହି ନିଯୁକ୍ତି ରେ ସାମିଲ ଅଛନ୍ତି । ରାଜ୍ୟ ତଥା ଜାତୀୟ ପାୱାର ଲିଫ୍ଟିଙ୍ଗ ପ୍ରତିଯୋଗିତାରେ ରାକେଶ ପ୍ରତିନିଧିତ୍ବ କରି ବେଶ ସଫଳତା ହାସଲ କରିଛନ୍ତି । ଅନୁଗୁଳ ଜିଲ୍ଲାରୁ ଏକ ମାତ୍ର କ୍ରୀଡାବିତ ଭାବେ ସେ ପୁଲିସ ବିଭାଗରେ ନିଯୁକ୍ତି ପାଇଛନ୍ତି । ତାଙ୍କର ଏହି ସଫଳତା ପରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ରାକେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟ ତଥା ଜାତୀୟ ସ୍ତରରେ ପାୱାର ଲିଫଟିଙ୍ଗ ଖେଳିବା ପାଇଁ ଆମ ପ୍ରିୟ ବାପୁ ଭାଈ ମୋତେ ସବୁବେଳେ ସାହାଯ୍ୟ ସହଯୋଗ କରି ଆସିଛନ୍ତି । ଖେଳିଯିବା ପାଇଁ ଫ୍ଲାଇଟ ଟିକେଟ ଠାରୁ ଆରମ୍ଭ କରି , ଖେଳ ଡ୍ରେସ ପର୍ଯ୍ୟନ୍ତ ଦେଇ ସବୁବେଳେ ସହଯୋଗ ଆଉ ଉତ୍ସାହ ଦେଇ ଆସିଛାଣ୍ଟି ବୋଲି ରାକେଶ କହିଥିବା ବେଳେ , ଏହି ସଫଳତା ପରେ ସେ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । Advertisement
ସହି ପାରିଲା ନାହିଁ ମମତା – ଶିଶୁକୁ କୋଳେଇ ନେଲେ ହୋମଗାର୍ଡ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ଟ୍ରାଫିକ ପୋଷ୍ଟ ପାଖରେ ଜଣେ ଅଜଣା ମହିଳା ଅଚେତ ଅବସ୍ଥାରେ ପଡିଥିଲେ । ପାଖରେ ଥିଲେ ଦୁଇଟି ୩-୪…
ସ୍କୁଲ ଛାତ୍ରଙ୍କ ନୂଆଁ ଉଦ୍ଭାବନ – ବିନା ଚେନରେ ସାଇକେଲ ତାଳଚେର – ସମସ୍ୟା ସହ ଲଢ଼ିବାର ଇଛାଶକ୍ତି ଆଗରେ ସବୁକିଛି ତୁଚ୍ଛ ପଡିଯାଏ । ଆଉ ବ୍ୟକ୍ତି ସବୁକିଛି ସାଧନ କରିପାରେ । ଯେମିତି ଏକ ଚେନ…
ପେନସିଲ ମୁନରେ ଜଗନ୍ନାଥ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ବାଲୁକା ଚିତ୍ର ଶିଳ୍ପୀ ବାହୁଡା ଯାତ୍ରା ଅବସରରେ ପେନସିଲ ମୁନରେ ଜଗନ୍ନାଥଙ୍କ ଆକୃତି ତିଆରି କରି ସମସ୍ତଙ୍କ ମନ…