ଆଞ୍ଚଳିକ ଅତ୍ୟାଧୂନିକ ଦୈନିକ ପରିବା ବଜାର ଓ ସ୍ଥାୟୀ ପାର୍କିଂ ପାଇଁ ପ୍ରସ୍ତାବ Angul OnlineJune 30, 2021June 30, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବ୍ୟାପକ ଶିଳ୍ପାୟନ ଓ ଖଣିଖାଦାନ ପାଇଁ ଅନୁଗୁଳ ସହରର ଜନସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ସେହି ଅନୁପାତରେ ଅନୁଗୁଳ ସଦରର ବଜାର , ପାରିବା ବଜାରରେ ନାହିଁ ନଥିବା ଭିଡ ହେଉଛି । ଲୋକ ମାନଙ୍କ ଭିଡ ସହ ଗାଡି ମୋଟର ରଖିବାରେ ମଧ୍ୟ ଅସୁବିଧା ହେଉଛି । ପାର୍କିଂ ପାଇଁ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ନଥିବାରୁ ରାସ୍ତା ମଝିରେ ଲୋକ ଗାଡି ପାର୍କିଂ କରୁଛନ୍ତି । ଫଳରେ ବଜାର ଦେଇ ଯିବା ଆସିବାରେ ଲୋକ ହଇରାଣ ହେଉଛନ୍ତି । ଏହା ସହ ଦୈନିକ ବଜାରଟି ମଧ୍ୟ ଚାହିଦା ଅନୁସାରେ କମ ପଡିଲାଣି । ଉଭୟ ପାରିବା ଚାଷୀ , ବ୍ୟବସାୟୀ ଓ ଲୋକଙ୍କ ଗହଳି ବୃଦ୍ଧି ପାଇଛି । ଏହାକୁ ଆଖି ଆଗରେ ରଖି ଜିଲ୍ଲା ସଦର ମହକୁମାରେ ଏକ ଅତ୍ୟାଧୁନିକ ଦୈନିକ ପାରିବା ବଜାର ଓ ସ୍ଥାୟୀ ପାର୍କିଂ ପାଇଁ ଅନୁଗୁଳ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ ଆଜି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ପ୍ରସ୍ତାବ ଦେଇଛନ୍ତି । ଆଉ ଜିଲ୍ଲାପାଳ ମଧ୍ୟ ଏଭଳି ଏକ ପ୍ରସ୍ତାବକୁ ସ୍ଵାଗତ କରିବା ସହ ସମାସୀ ପ୍ରତି କ୍ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହିତ ଜାତୀୟ ରାଜପଥ ନିର୍ମାଣ ପାଇଁ ପ୍ରଭାବିତ ହୋଇଥିବା ବଅଁରପାଳ ବ୍ଲକର ତୁଳସୀପାଳ ପଂଚାୟତର ହାଇସ୍କୁଲ ଖେଳ ପଡିଆ କାର୍ଯ୍ୟକୁ ସମ୍ପୁର୍ଣ କରିବା ପାଇଁ ଜିଲ୍ଲାପାଳଙ୍କ ସହିତ ମଧ୍ୟ ଦିନେଶ ଆଲୋଚନା କରିଥିଲେ । Advertisement
ରାଜ୍ୟ ବାର କାଉନସିଲ ନିର୍ବାଚନ – ସୀତାଂଶୁ ମୋହନ ଦ୍ୱିବେଦୀ ନିର୍ବାଚିତ ଅନୁଗୋଳ – ରାଜ୍ୟ ବାର କାଉନସିଲ ନିର୍ବାଚନ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ୧୫.୦୪.୨୦୨୩ ତାରିଖରେ ସମାପନ ହୋଇଛି । ଯେଉଁଥିରେ କି ୯୬ ଜଣ…
ରାସ୍ତାରେ ବୁଲୁଥିବା ନାବାଳକକୁ ଉଦ୍ଧାର କଲେ ଶିଶୁ ସୁରକ୍ଷା ଅଧିକାରୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ରାସ୍ତାରେ ଗଲା ବେଳେ ଜଣେ ନାବାଳକକୁ ଉଦ୍ଧାର କରି ଶିଶୁ ମଙ୍ଗଳ…
ଥାନା ଭିତରେ ଜଳିଗଲା ଗାଡି ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ପରିସରରେ ଅଗ୍ନିକାଣ୍ତ ଆଜି ମଧ୍ୟାହ୍ନରେ ଏକ ଅଗ୍ନିକାଣ୍ଡ ଘଟି ଜବତ ଗାଡି ପୋଡି ଯାଇଥିବା ଜଣା ପଡିଛି ।…