ଅପରାଧ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା – ଅଭିଯୁକ୍ତକୁ କୋର୍ଟ ଚାଲାଣ Angul OnlineJune 30, 2021June 30, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିବା ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଛେଣ୍ଡିପଦା ନିଉ ଉମା ହୋଟେଲର ମାଲିକ ସୁକାନ୍ତ କୁମାର ବେହେରା @ ପିଣ୍ଟୁ । ସୂଚନା ଅନୁସାରେ ୨୮ ତାରିଖ ବିଳମ୍ବିତ ରାତିରେ ମହିଳା ଡାକ୍ତରଙ୍କ ବାସଭବନକୁ ସୁକାନ୍ତ ଖାଇବାକୁ ନେଇ ଦେଇଥିବା ବେଳେ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଛେଣ୍ଡିପଦା ଥାନାରେ ଡାକ୍ତର ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିବା ସହିତ ମହିଳା ଡାକ୍ତରଙ୍କ ଡାକ୍ତରୀ ମାଇନା କରିଥିଲା । ଗତକାଲି ଅଭିଯୁକ୍ତ ସୁକାନ୍ତ ଡାକ୍ତରଖାନା ପରିସରରେ ବୁଲୁଥିବା ବେଳେ ପୁଲିସ ତାକୁ ଗିରଫ କରିଥିଲା । ଅପରପକ୍ଷେ ଆଜି ଛେଣ୍ଡିପଦା ପୁଲିସ ମହିଳା ଡାକ୍ତରଙ୍କ ମାଜିଷ୍ଟ୍ରେଟଙ୍କ ଆଗରେ ଧାରା ୧୬୪ ଅନୁଯାୟୀ ବୟାନ ରେକର୍ଡ କରାଇଥିଲା । ସେପଟେ ଅଭିଯୁକ୍ତ ଯୁବକର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରିବା ସହିତ ଅପରାହ୍ନରେ କୋର୍ଟ ଚାଲାଣ କରା ଯାଇଥିଲା । Advertisement
ଚାନ୍ଦା ମାଗି ବନ୍ଧା ହେଲେ ନକଲି ସାମ୍ବାଦିକ ଅନୁଗୁଳ – ଚାନ୍ଦା ମାଗି ପୁଣି ବନ୍ଧା ହେଲେ ଜଣେ ୱେବ ପୋର୍ଟାଲର ନକଲି ସାମ୍ବାଦିକ । ଜଣେ ବ୍ରେଡ଼ ଫ୍ୟାକ୍ଟେରି ମାଲିକଙ୍କ ଠାରୁ ୧୦ ହଜାର…
ପଥର ଖୋଲରୁ ଯୁବକଙ୍କ ମୃତଦେହ ଉଦ୍ଧାର – ତିନି ଶିକାରୀ ଗିରଫ କଣିହାଁ – ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ବିଦ୍ୟୁତ ଫାଶରେ ପଡ଼ି ଯୁବକ ମୃତ୍ଯୁ ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗତ…
କାରରୁ ଗଞ୍ଜେଇ ଜବତ – ୨ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଉଦିତନଗର ଛକ ୪୯ ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଚୋରାଚାଲଣ ହେଉଥିବା ଖବର ପାଇ ପାଲଲହଡା ପୁଲିସ ଏକ…