ସମସ୍ୟା ଏନଏସିକୁ ଅମଙ୍ଗ – ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଜଣାଇଲେ ଦାବି Angul OnlineJuly 2, 2021July 2, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାକୁ ଏନଏସି କରିବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରା ଯାଉଥିଲା ସେଥିରେ ବ୍ରେକ ଲାଗିଛି । ସ୍ଥାନୀୟ ଲୋକଙ୍କ ଅମଙ୍ଗ ଯୋଗୁଁ ଛେଣ୍ଡିପଦା ଆଉ ଏନଏସି ହେବ ନାହିଁ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଞ୍ଚଳକୁ ଏନଏସିର ମାନ୍ୟତା ଦେବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ କରା ଯାଇଥିଲା । ଏଥିପାଇଁ ସ୍ଥାନୀୟ ଲୋକଙ୍କ ମତାମତ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି କରା ଯାଇଥିଲା । ତେବେ ଛେଣ୍ଡିପଦା ଗ୍ରାମ୍ୟ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏ ନେଇ ଏକ ଦାବିପତ୍ର ପ୍ରଦାନ କରା ଯାଇଛି । ଗ୍ରାମ୍ୟ କମିଟି ଏନଏସି ହେବା ପାଇଁ ଗାଁ ଲୋକ ଅମଙ୍ଗ ଥିବା କଥା କହିଥିବା ବେଳେ ଏନଏସି ହେଲେ ସେମାନଙ୍କୁ ଅଧିକ ପରିମାଣର କରଖଜଣା ଦେବକୁ ପଡିବ । ଏଠିକାର ଅଧିକାଂଶ ଲୋକ ଗରିବ ଶ୍ରେଣୀର ହୋଇଥିବା ବେଳେ ଏନଏସିର କରଖଜଣା ଦେବାକୁ ଅସମର୍ଥ ହେବେ । ଏଥିପାଇଁ ଛେଣ୍ଡିପଦାକୁ ବର୍ତ୍ତମାନ ଏନଏସି କରା ନ ଯିବାକୁ ସେମାନେ ଦାବି କରି ଅଛନ୍ତି । ଗ୍ରାମବାସୀଙ୍କ ଏଭଳି ଦାବି ପରେ ଛେଣ୍ଡିପଦା ଏନଏସି ହେବାର ଆଶା ଏକ ପ୍ରକାର ମଉଳି ଯାଇଛି । Advertisement
ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଦାବି ଅନୁଗୋଳ – ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଲଗାଇବାକୁ ଦାବି ନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି…
ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ନାଗରିକ ମଞ୍ଚ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ ବିଦ୍ୟୁତ ବିଭାଗ ଏକ ପ୍ରକାର ଅକାମି ହୋଇପଡିଛି । ବାରମ୍ବାର ଆଘୋଷିତ ବିଦ୍ୟୁତ କାଟ ସହିତ ଲୋ ଭୋଲ୍ଟେଜ…
ବନ ବିଭାଗର ଘଡିଆଳ ଶାବକ ଚିନ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡର ଅକାତ କାତ ପାଣିରେ ହଜି ଯାଇଛନ୍ତି ନବଜାତକ ଘଡ଼ିଆଳ ଶାବକ । ବନ ବିଭାଗ ପକ୍ଷରୁ ବହୁ…