କଣିହାଁ – ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ଥାନା ଏନଟିପିସି ଆସପଣ୍ଡ ପୋଖରୀରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ପୋଖରୀକୁ ଶୌଚ ହେବାକୁ ଯାଇ ଆସପଣ୍ଡ ପୋଖରୀରେ ସେ ବୁଡ଼ି ଯାଇଛନ୍ତି । ସୂଚନା ଅନୁସାରେ କଣିହାଁ ଥାନା ଅନ୍ତର୍ଗତ ଡେରଙ୍ଗ ଗ୍ରାମର ଶ୍ରୀକାନ୍ତ ନାଏକ ଏନଟିପିସି ଆସପଣ୍ଡ ପୋଖରୀକୁ ଶୌଚ କରିବାକୁ ଯାଇଥିବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା । ଆସପଣ୍ଡ ପୋଖରି ଭିତରେ ଏନଟିପିସି ରିଟନ ପାଇପ ପାଣିର ବେଗ କ୍ଷିପ୍ର ଥିବା ହେତୁ ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ତେବେ ଖବର ପାଇ କଣିହାଁ ପୁଲିସ୍ ସହ ତାଳଚେର ଅଗ୍ନିଶମ ବିଭାଗ ପହଁଞ୍ଚି ନିଖୋଜ ଥିବା ବ୍ୟକ୍ତିକୁ ଖୋଜା ଖୋଜି ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଠାବ କରା ଯାଇ ପାରି ନାହିଁ ।
What’s your Reaction?
+1
+1
+1
+1
+1
+1
+1
1