ମୁଖ୍ୟ ଖବର ବିଷଧର ସାପ କାମୁଡ଼ାରେ ଝିଅ ମୃତ ମା ଗୁରୁତର Angul OnlineJuly 3, 2021July 3, 2021 ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ଖଲାରି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ବିଷଧର ସାପ କାମୁଡାରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମା ଏବେ ମଧ୍ୟ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଖଲାରି ଗାଁର ଶିବାନୀ ନାଥ ଓ ୫ ବର୍ଷର ଝିଅ ଜେସି ନାଥ ଘରେ ଶୋଇଥିବା ବେଳେ ଏକ ସାପ କାମୁଡି ଦେଇଥିଲା । ପରିବାର ଲୋକେ ଜାଣିବା ପରେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରିଥିଲେ । ତେବେ ଡାକ୍ତର ସେଠାରେ ଝିଅ ଜେସିକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ମା ଶିବାନୀ ଜୀବନ ସହ ସଂଗ୍ରାମ କରୁଥିବା ଡାକ୍ତର କହିଛନ୍ତି । Advertisement
ଗାତରେ ପଡିଲା ହାତୀ – ଉଦ୍ଧାର ପରେ ଗୋଡାଇ ଆକ୍ରମଣ କଲା ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ରେଞ୍ଜ ଶଙ୍ଖମୁର ପଞ୍ଚାୟତ ବେଶଳିୟା ଜଙ୍ଗଲରେ ଏକ ହାତୀ ଗାତରେ ପଡ଼ି ଗତ ଶନିବାରଠାରୁ ଛଟପଟ ହେଉଥିଲା…
ଥାନା ଭିତରେ ଜଳିଗଲା ଗାଡି ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ପରିସରରେ ଅଗ୍ନିକାଣ୍ତ ଆଜି ମଧ୍ୟାହ୍ନରେ ଏକ ଅଗ୍ନିକାଣ୍ଡ ଘଟି ଜବତ ଗାଡି ପୋଡି ଯାଇଥିବା ଜଣା ପଡିଛି ।…
୧୧୬୩ ଟି ମତଦାନ କେନ୍ଦ୍ର ମଧ୍ୟରୁ ୮୭ ଟି ଅତିସମ୍ବେଦନଶୀଳ ମତଦାନ କେନ୍ଦ୍ର ଅନୁଗୁଳ – ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ, ଅନୁଗୁଳ ଜିଲ୍ଲାରେ ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ମତଦାନ ନିମନ୍ତେ, ଜିଲ୍ଲା ପ୍ରସାଶନର ସମସ୍ତ…