ମୁଖ୍ୟ ଖବର ବଅଁରପାଳ-ମହୀଧରପୁର ରାସ୍ତା ହେବ ୪ ଲାଇନ ବିଶିଷ୍ଟ Angul OnlineJuly 3, 2021July 3, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଅତିକ୍ରମ କରିବ ଆଉ ଏକ ଜାତୀୟ ରାଜପଥ । ଏ ନେଇ ଆଜି ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଆଲୋଚନା କରିବା ସହ ସ୍ଥିତି ପରଖିଛନ୍ତି । ୬୫୫ ନମ୍ବର ବିଶିଷ୍ଟ ଏକ ଜାତୀୟ ରାଜପଥ ଖୁଣ୍ଟୁଣୀରୁ ବାହାରି ଆଠଗଡ , ଶଙ୍କରପୁର , ମହୀଧରପୁର ଦେଇ ଅନୁଗୁଳ ଆସିବାର ଥିଲା । ଏହାକୁ ଏବେ ଅନୁଗୁଳ ନ ଆସି ବଅଁରପାଳକୁ ଲିଙ୍କ କରାଯିବାକୁ ଲକ୍ଷ୍ୟ ରଖା ଯାଇଛି । ୧୮ କିଲୋମିଟର ବିଶିଷ୍ଟ ଏହି ରାସ୍ତା ୪ ଲାଇନ ବିଶିଷ୍ଟ ହେବ । ଏହା ମହୀଧରପୁର , ବଉଳିଗଡ , ତାଳମୂଳ ଦେଇ ସିଧାସଳଖ ବଅଁରପାଳରେ ସଂଯୋଗ ହେଲେ ଏହା ଏକ ଅର୍ଥନୈତିକ କରିଡର ହେବ । ଏହି ଜାତୀୟ ରାଜପଥ ଦେଇ ନାଲକୋ , ଏମସିଏଲର ଗାଡି ମୋଟର ସହଜରେ ଚଳାଚଳ କରିବା ସହ ରାଉରକେଲାରୁ ମଧ୍ୟ ଗାଡି ଯିବା ଆସିବା କରିବାକୁ ସହଜ ହେବ । ଆଜି ଅନୁଗୁଳ ସର୍କିଟ ହାଉସ ଠାରେ ଏ ନେଇ ସବିଶେଷ ଆଲୋଚନା କରିବା ସହ ଉପ-ବାଚସ୍ପତି ରଜନୀକାନ୍ତ ସିଂହ ତୁରନ୍ତ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦେଇଛନ୍ତି । Advertisement
ସୁରକ୍ଷା କର୍ମୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ସୀମାନ୍ତ ଜରପଡା ଓ ବଇଣ୍ଡା ମଧ୍ୟରେ ଥିବା ଏଆଇପିଏଲ (ଅଗ୍ରୱାଲା ଇନଫ୍ରା ବିଲଡ ପ୍ରାଇଭେଟ ଲିମିଟେଡ) କମ୍ପାନୀ ପରିସରରୁ…
ପାଉଁରୁଟି ଫ୍ୟାକ୍ଟେରି ଉପରେ ଚଢାଉ – ଅସ୍ଵାସ୍ଥ୍ୟକର ପରିବେଶରେ ଚାଲିଥିଲା ପାଉଁରୁଟି ତିଆରି ଅନୁଗୁଳ – ଅନୁଗୁଳ ଇଣ୍ଡଷ୍ଟ୍ରିଆଲ ଛକରେ ଥିବା ଏକ ବେକରି ଫ୍ୟାକ୍ଟେରି ଉପରେ ଜନ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସର ଚଢ଼ାଉ କରିଥିଲା । ଖାଦ୍ୟ ସାମଗ୍ରୀ…
ଟ୍ରଲର ପଛରେ ବାଡେଇ ହୋଇ ମୋଟରସାଇକେଲ ଆରୋହୀ ମୃତ ଅନୁଗୁଳ – ଅନୁଗୁଳ ଜିଲା ଅନ୍ତର୍ଗତ ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା କତଡା ଠାରେ ଏକ ଟ୍ରଲର ପଛପଟରେ ଜଣେ ମୋଟରସାଇକେଲ ବାଡେଇ ଦୁର୍ଘଟଣାଗ୍ରସ୍ତ…