ତାଳଚେର – ୨ ମିନିଟ ମାତ୍ର ୨୫ ସେକେଣ୍ଡ । ସେହି ୨ ମିନିଟ ୨୫ ସେକେଣ୍ଡରେ ବିଶ୍ବର ୧୯୫ଟି ଦେଶର ନାମ ଏବଂ ତା’ର ରାଜଧାନୀ ବି କହି ପାରିଛନ୍ତି । ଏଥିପାଇଁ ତାଙ୍କ ନାଁ ଇଣ୍ଟରନ୍ୟାସ୍ନାଲ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ତାଳଚେର ଏମ୍ସିଏଲ୍ କଳିଙ୍ଗ ଏରିଆ ଡିଏଭି ପବ୍ଲିକ୍ ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ରୀ ସ୍ନେହାଳି ବରାଳ । ବୟସ ମାତ୍ର ୮ ବର୍ଷ । ବାପା ସୁଶୀଲ କୁମାର ବରାଳ ହେଉଛନ୍ତି ଏମ୍ସିଏଲର ମାଇନିଂ ଇଞ୍ଜିନିୟର । ମା ସୌଭାଗିନୀ ଭୋଳ ଗୃହିଣୀ । ତାଙ୍କ ନିଜ ଘର ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳରେ ହୋଇଥିବା ବେଳେ ସେ ଏଠାରେ ଗତ କିଛି ବର୍ଷ ହେଲା ରହି ଆସୁଛନ୍ତି । ଗତ ମାସରେ ହୋଇଥିବା ଏହି ଅନ୍ଲାଇନ୍ ପ୍ରତିଯୋଗିତାରେ ସ୍ନେହାଳି ଭାଗ ନେଇଥିଲେ । ସ୍ବଳ୍ପ ସମୟ ମଧ୍ୟରେ ବିଶ୍ବର ଏତେ ଦେଶର ନାଁ ଏବଂ ରାଜଧାନୀର ନାମ ମୁଖସ୍ଥ କରି ସେ ଇଣ୍ଟରନେସନାଲ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ତାଙ୍କୁ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ମେଡାଲ୍ ଏବଂ ସାର୍ଟିଫିକେଟ୍ ପ୍ରଦାନ କରା ଯାଇଛି । ତାଙ୍କର ଏହି କୃତିତ୍ଵ ଯୋଗୁଁ ପରିବାର ଏବଂ ସ୍କୁଲରେ ଖୁସିର ମହୋଲ ଖେଳି ଯାଇଛି । .
What’s your Reaction?
+1
+1
+1
+1
+1
+1
+1