ରାଜନୀତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ – ସମସ୍ତ ବ୍ଲକ ଆଗରେ ବିକ୍ଷୋଭ କରିବ ବିଜେପି Angul OnlineJuly 6, 2021July 6, 2021 ଅନୁଗୁଳ – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଵ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । ଏଥିପାଇଁ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ହେବାକୁ ଥିବା ବେଳେ ଅନୁଗୁଳ ଜିଲ୍ଲାରେ ମଧ୍ୟ ପ୍ରତିବାଦ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ସୂଚନା ଦିଆ ଯାଇଛି । ଆସନ୍ତା ୭ , ୮ ଓ ୯ ତାରିଖରେ ଅନୁଗୁଳ ଜିଲ୍ଲାର ୮ ଟି ବ୍ଳକରେ ଜିଲ୍ଲା ବିଜେପି ଦଳ ପକ୍ଷରୁ ପ୍ରତିବାଦ କରାଯିବ । ଜିଲ୍ଲାର ପ୍ରତି ବ୍ଳକ ସ୍ତରରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହେବାଦ୍ୱାରା ପ୍ରକୃତ ହିତାଧିକାରୀ ମାନେ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏହାଛଡା ହିତାଧିକାରୀ ଚୟନରେ ମଧ୍ୟ ଦୁର୍ନୀତି ହୋଇଥିବା କେନ୍ଦ୍ରୀୟ ତଦନ୍ତ ଟିମର ରିପୋର୍ଟରୁ ଜଣାପଡିଛି । ଏହି ଯୋଜନାରେ ଦୁର୍ନୀତି ବିରୋଧରେ ବିଜେପି ବ୍ୟାପକ ଜନ ଆନ୍ଦୋଳନ କରିବା ସହିତ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିବ ବୋଲି ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରତି ଗ୍ରାମରେ ଜନ ନିରୀକ୍ଷଣ କମିଟି କରିବାକୁ ଦାବି କରିଛନ୍ତି । ଅନୁଗୁଳ ଜିଲ୍ଲାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଯୋଜନାରେ ୩୬ ହଜାର ଗୃହ ଆବଣ୍ଟନ ହୋଇଛି । କିନ୍ତୁ ଆର୍ଥିକ ସମ୍ବଳ ଏବଂ ଦଳୀୟ ଲୋକଙ୍କୁ ଗୃହ ବଣ୍ଟନ କରାଯାଇଛି ବୋଲି ଜିଲ୍ଲାର ପୂର୍ବତନ ସଭାପତି ଅଶୋକ ମହାନ୍ତି ଅଭିଯୋଗ କରିଛନ୍ତି । ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ଦୁର୍ନୀତି ବିରୋଧରେ ଆନ୍ଦୋଳନକୁ ପ୍ରତି ବ୍ଳକ ସାମନାରେ କରାଯିବ । ୭ ତାରିଖରେ ତାଳଚେର, ଆଠମଲ୍ଲିକ, କିଶୋରନଗର ବ୍ଳକ ଏବଂ ୮ ତାରିଖରେ ଅନୁଗୁଳ ,ବଅଁରପାଳ ଓ କଣିହାଁ ବ୍ଳକ ସେହିପରି ୯ ତାରିଖ ଦିନ ପାଲଲହଡ଼ା ଓ ଛେଣ୍ଡିପଦା ବ୍ଳକ ଆଗରେ ପ୍ରତିବାଦ ସଭା କରାଯିବ ବୋଲି କହିଛନ୍ତି । Advertisement
ଇସ୍ତଫା ଦେଲେ ମଣ୍ଟୁ – ସାଙ୍ଗଠନିକ ଦାୟିତ୍ୱ ସହ ପାଇ ପାରନ୍ତି ଗୁରୁତ୍ୱପୁର୍ଣ୍ଣ ପଦ ଅନୁଗୁଳ – ଅନୁଗୁଳ ଅନଲାଇନର ଅନୁମାନ ସତ ହେଲା । ଉପ-ବାଚସ୍ପତି ପଦରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଖୁବ ଶୀଘ୍ର ଇସ୍ତଫା ଦେଇ ପାରନ୍ତି ଆଉ…
ହାତ ଛାଡିଲେ କଂଗ୍ରେସ ସଭାନେତ୍ରୀ – ଦାୟୀ କଲେ ସଭାପତିଙ୍କୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ସବିତା ରାଣୀ ଧୀର ଆଜି (ଶୁକ୍ରବାର) ସଭାନେତ୍ରୀ ପଦ ଏବଂ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ…
ଅବନୀକାନ୍ତ ସାହୁ ହେଲେ ରାଜ୍ୟ ଖାଦ୍ୟ କମିଶନ୍ର ଅଧ୍ୟକ୍ଷ ଅନୁଗୋଳ – ଅନୁଗୋଳ ଜିଲ୍ଲାର ସମାଜ ସେବୀ ତଥା ବିଜେଡ଼ି ନେତା ତଥା ବର୍ତ୍ତମାନର ତାଳଚେର ଅନୁଗୁଳ ମେରାମଣ୍ଡଳୀ ଉର୍ଣ୍ଣୟନ ପରିଷଦ, ଟାମଡ଼ା)ର ଅଧକ୍ଷ ଅବନିକାନ୍ତ ସାହୁଙ୍କୁ…