ଖେଳ ଓ ଖେଳାଳି କଦମ ପଡିଆରେ ହେବ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ Angul OnlineJuly 8, 2021July 8, 2021 ଅନୁଗୁଳ – ଅନୁଗୁଳରେ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ ପାଇଁ ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତା ମାନେ କଦମ ପଡିଆ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ କଦମ ପଡିଆର ଉନ୍ନତିକରଣ ସହ ନୂତନ ଭିତିପ୍ରସ୍ଥର ସ୍ଥାପନା ପାଇଁ ସବିଶେଷ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା କ୍ରିକେଟ ଆସୋସିଏସନର ଉପସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ସାମନ୍ତ , ଗ୍ରାଉଣ୍ଡ କମିଟିର ଚେୟାରମ୍ୟାନ ଶ୍ରୀଯୁକ୍ତ ଧିରେନ ପଳେଇ , କମିଟିର ସଦସ୍ୟ ଡାନିଏଲ ରାଉତ , ଦେବାଶିଷ ପଢି , ପିଚ କ୍ୟୁରେଟର ହୃଷିକେଶ ସିଂ, ଇଞ୍ଜିନିଅର କମିଟି ଇଞ୍ଜିନିଅର କରିଏସ ଇଣ୍ଡିଆର ଆଲୋକ କୁମାର ଓ ଏହା ସହ ଅନୁଗୁଳ ଜ଼ିଲ୍ଲାର ଜ଼ିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଉପସ୍ଥିତ ରହି କାର୍ଯ୍ୟ ର ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜ଼ିଲ୍ଲା କ୍ରିକେଟ ସାଂସଦର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ , ସମ୍ପାଦକ ସାଗର ମିଶ୍ର, ସହ ସମ୍ପାଦକ ଗଙ୍ଗାଧର ପଟନାୟକ ଓ ସତେନ୍ଦ୍ର ପ୍ରଧାନ, ଉପସଭାପତି ପ୍ରଭାତ ସିହ୍ନା ଓ ଅରୁଣ ପଶୁପାଳକ, କୋଷାଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ଧୀରସାମନ୍ତ , ଓଡିଶା କ୍ରିକେଟ ଆଶୋସିଏସନର ପ୍ୟାନେଲ ଆମ୍ପାୟାର ଜୟ କୃଷ୍ଣ ରାଉତ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । Advertisement
ଏକ ଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ – ବାସନ୍ତୀ ଭଲିବଲ ଟିମ ଚମ୍ପିୟାନ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଗୋବରା ଠାରେ ଅନୁଷ୍ଠିତ ଏକ ଦିବାସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟରେ ଅନୁଗୋଳ ବାସନ୍ତୀ ଭଲିବଲ କ୍ଲବ ଚମ୍ପିୟାନ ହୋଇଛି ।…
ରାଜ୍ୟସ୍ତରୀୟ ଖୋଖୋ ଚାମ୍ପିଅନସିପ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ଷ୍ଟାଡିୟମଠାରେ ୫୪ତମ ରାଜ୍ୟ ସ୍ତରୀୟ ଖୋଖୋ(ବରିଷ୍ଠ) ଚାମ୍ପିଅନସିପ ସୋମବାର ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା…
ହକି ୱାର୍ଲଡ଼ କପର ପ୍ରଚାର ପ୍ରସାର ପାଇଁ ପ୍ରଶାସନର ଉଦ୍ୟମ ଅନୁଗୁଳ – ସାରା ଓଡ଼ିଶାରେ ଏବେ ହକି ଫିବର । ଓଡ଼ିଶାରେ ହେବାକୁ ଥିବା ପୁରୁଷ ୱାର୍ଲଡ଼ କପ ହକି ପାଇଁ ରାଜ୍ୟ ସରକାର ସବୁ ପ୍ରକାର…