ଜରପଡା – (ANGUL ONLINE)- ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରପଡା ଗାଁ ଭିତରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଦୁଇ ଜଣ ଦୁର୍ବୃତ୍ତ ମୋଟରସାଇକେଲରେ ପଳାଇ ଯାଉଥିବା ବେଳେ ଗାଁ ଲୋକଙ୍କ ହାତରେ ଧରାପଡି ନିର୍ଧୁମ ଛେଚା ଖାଇଛନ୍ତି । ପରେ ଗାଁ ଲୋକ ଉଭୟଙ୍କୁ ଜରପଡା ପୁଲିସର ଜିମା ଦେଇଛନ୍ତି । ଚେନ ଛିଣ୍ଡାଇ ଧରା ପଡିଥିବା ଯୁବକ ଦୁଇଜଣ ଦେବଗଡ ଜିଲ୍ଲା ରିଆମାଳ ଥାନା ଅଞ୍ଚଳର ମକରଧ୍ୱଜ ପ୍ରଧାନ ,ସମ୍ଭୁ ସେନାପତି ବୋଲି ଜଣାପଡିଛି । ସୂଚନା ଅନୁସାରେ ଜରପଡା ଗାଁର ଜଣେ ମହିଳା ଗାଁ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ଦୁଇ ଜଣ ଯୁବକ ମୋଟରସାକେଲରେ ଆସି ମୋବାଇଲରେ ଏକ ଫଟୋ ଦେଖାଇ ମହିଳାଙ୍କୁ ଠିକଣା ପଚାରିଥିଲେ । ମହିଳା ଜଣକ ମୋବାଇଲରେ ଫଟୋ ଦେଖୁଥିବା ବେଳେ ହଠାତ ତାଙ୍କ ବେକରୁ ଉକ୍ତ ଦୁଇ ଯୁବକ ସୁନା ଚେନ ଛିଣ୍ଡାଇ ଚମ୍ପଟ ମାରିଥିଲେ । ସୁନା ଚେନ ନେଇ ପଳାଇ ଯାଉଥିବା ବେଳେ ମହିଳା ଜଣକ ଚିତ୍କାର କରିବାରୁ ଗାଁ ଲୋକ ଫେରାର ହୋଇ ଯାଉଥିବା ଦୁଇ ଲୁଟେରାଙ୍କୁ କାବୁ କରି ନେବା ସହିତ ନିର୍ଧୁମ ଛେଚିଥିଲେ । ଏହାପରେ ଗାଁ ଲୋକ ଜରପଡା ପୁଲିସକୁ ଖବର ଦେଇ ଯୁବକ ଦୁଇଜଣଙ୍କୁ ପୁଲିସର ଜିମା ଦେଇଥିଲେ । ପୁଲିସ ଉଭୟ ଲୁଟେରାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
What’s your Reaction?
+1
+1
+1
+1
+1
+1
+1