ଆମ୍ବ ଗଛରୁ ପଡି ବୃଦ୍ଧ ମୃତ

ଆମ୍ବ ଗଛରୁ ପଡି ବୃଦ୍ଧ ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ପୋକତୁଙ୍ଗା ଗାଁରେ ଆମ୍ବ ଗଛରୁ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସକାଳ ୧୦ ସମୟରେ ପୋକତୁଙ୍ଗା ଗ୍ରାମରେ ଥିବା ଥିବା ଏକ ଆମ୍ବ ଗଛ ରେ ସେହି ଗ୍ରାମର କଇରା ଦେହୁରୀ (୬୮) ଚଢି ଆମ୍ବ ତୋଳୁଥିବା ସମୟରେ ହଠାତ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବନ୍ତଳା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ଓ ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି । ଏ ସମ୍ପର୍କରେ ଖବର ଲେଖାଯିବା ସୁଦ୍ଧା ବନ୍ତଳା ଥାନାରେ  କୌଣସି ଅଭିଯୋଗ ହୋଇ ନଥିବା ମଧ୍ୟ ଜଣା ପଡିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply