ମୁଖ୍ୟ ଖବର ଡାକବଙ୍ଗଳାରୁ କଟା ଶାଗୁଆନ ଗଛ ପୌରପାଳିକା କ୍ୱାଟରରୁ ଜବତ Angul OnlineJuly 15, 2021July 15, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ସରକାରୀ ଡାକ ବଙ୍ଗଳାରୁ ଗତ କାଲି ରାତିରେ କେହି ଦୁର୍ବୃତ୍ତ ମୂଲ୍ୟବାନ ଶାଗୁଆନ ଗଛ କାଟି ନେଇ ଯାଇଥିବାର ଦେଖିବାକୁ ମିଳିଥିଲା । ଏ ସବୁ ଗଛ କଟା ଯାଇ ଚୋରୀ ହୋଇଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ତାଳଚେର ବନବିଭାଗର ବନ ବିଭାଗ ଅଧିକାରୀ ତ୍ରିଲୋଚନ ବେହେରାଙ୍କୁ ଜଣାଇ ଥିଲେ । ଶ୍ରୀ ବେହେରା ବନ କର୍ମଚାରୀଙ୍କ ସହିତ ଗଛ କଟା ଯାଇଥିବା ଡାକବଙ୍ଗଳାରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ତେବେ ଅଧିକ ତଦନ୍ତ କରିବା ପରେ ତାଳଚେର ପୌରପାଳିକାର କିଛି କର୍ମଚାରୀ ଏହି ସବୁ ଶାଗୁଆନ ଗଛ କାଟିବା ସହିତ ସେହି କାଠ ସବୁକୁ ନେଇ ପୌରପାଳିକା ଅଧୀନ ଏକ କଲୋନୀର କ୍ୱାଟରରେ ଭର୍ତ୍ତି କରି ରଖିଥିବା ଜାଣିବାକୁ ପାଇଥିଲେ । ଆଉ ଏ ଘଟଣା ନେଇ ଶ୍ରୀ ବେହେରା ତାଳଚେର ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ଏବଂ ସେହି କ୍ୱାଟରରୁ କଟା ହୋଇଥିବା ଶାଗୁଆନ ଗଛ ସବୁକୁ ଜବତ କରି ନିଜ ହେପାଜତକୁ ନେଇଥିଲେ । ତେବେ ଏ ନେଇ ବନ ଅଧିକାରୀ ତ୍ରିଲୋଚନ ବେହରାଙ୍କ କହିବା କଥା ଉକ୍ତ ଶାଗୁଆନ ଗଛକୁ ବେଆଇନ ଭାବେ କଟାଯାଇଛି । ଏହି ଗଛ କାଟିବା ପାଇଁ କୌଣସି ଅନୁମତି ନିଆ ଯାଇ ନାହିଁ । Advertisement
ବାଜିବନି ଡିଜେ ଫୁଟିବନି ବାଣ ଅନୁଗୁଳ – ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଗୁଳରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି…
ପ୍ରତିରକ୍ଷା ସଂଗଠନ ପକ୍ଷରୁ ମକ୍ ଡ୍ରିଲ୍ ତାଳଚେର – ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା। ଯାହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି।…
ଜିଲ୍ଲାରେ ଆରମ୍ଭ ହେଲା ପିଙ୍କ ପେଟ୍ରୋଲିଂ – ମହିଳାଙ୍କ କରିବ ସୁରକ୍ଷା ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ମହିଳାଙ୍କ ସୁରକ୍ଷା ପାଇଁ ଜିଲ୍ଲାରେ ପିଙ୍କ ପେଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ କରିଛି । ଦିନକୁ ଦିନ ମହିଳା ମାନେ ଲୁଟ,…