ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଥିବା ଏକ ମେଡ଼ିସିନ ଦୋକାନକୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ସିଲ କରିଛି । ସୂଚନା ଅନୁସାରେ ସୀତାରାମ ମେଡ଼ିସିନ ଷ୍ଟୋରରେ ଆଜି ସକାଳେ ବ୍ୟାପକ ଭିଡ ରହିଥିବା ବେଳେ ସାମାଜିକ ଦୁରତାକୁ ଲୋକ ମାନି ନଥିଲେ । ସେହି ସମୟରେ ସେହି ରାସ୍ତା ଦେଇ ଜିଲ୍ଲାପାଳ ଯାଉଥିବା ବେଳେ ତାଙ୍କ ନଜର ପଡିବାରୁ ସେ ସେଠାରେ ଓହ୍ଲାଇଥିଲେ । ଦୋକାନରେ ଏଭଳି ଭିଡ ଦେଖି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏନଫୋର୍ସମେଣ୍ଟ ଟିମକୁ ଏ ନେଇ ସୂଚନା ଦେଇଥିଲେ । ଜିଲ୍ଲାପାଳଙ୍କ ଠାରୁ ଖବର ପାଇ ଏନଫୋର୍ସମେଣ୍ଟ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୋକାନୀକୁ ଦାଗିଦ କରିବା ବେଳେ ଦୋକାନୀ ଏନଫୋର୍ସମେଣ୍ଟ ଟିମ ସହ ଯୁକ୍ତିତର୍କ କରିଥିବା ସୂଚନା ମିଳିଛି । ଏହା ପରେ ଏନଫୋର୍ସମେଣ୍ଟ ଟିମ ସୀତାରାମ ମେଡ଼ିସିନ ଷ୍ଟୋରକୁ ୭ ଦିନ ପାଇଁ ସିଲ କରିଥିବା ଜଣା ପଡିଛି ।
What’s your Reaction?
+1
+1
+1
+1
+1
+1
+1