ଲୁହା ପଥର ଗୁଣ୍ଡ ଚୋରା ଚାଲାଣ – ୬ ଗିରଫ ,୩ ଟ୍ରକ ଜବତ

ଲୁହା ପଥର ଗୁଣ୍ଡ ଚୋରା ଚାଲାଣ – ୬ ଗିରଫ ,୩ ଟ୍ରକ ଜବତ

ପାଲଲହଡା – ବହୁ ଦିନରୁ ବନ୍ଦ ପଡିଥିବା ଲୁହାପଥର କ୍ରସରରୁ ରାତି ଅଧିଆ ଲୁହାପଥର ଗୁଣ୍ଡ ଚୋରା ଚାଲାଣ କରିବା ବେଳେ ପୁଲିସ ଚଢ଼ାଉ କରି ଜଣ ଗିରଫ କରିବା ସହ ତିନୋଟି ଟ୍ରକ ଓ ଏକ ସ୍କୁଟି ଜବତ କରିଛି ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଡାଲୋ ଗ୍ରାମର ରାଜାମୁଣ୍ଡାରେ ମାହେଶ୍ୱରୀ ମିନେରାଲ ନାମକ ଏକ କ୍ରଶର ବହୁଦିନରୁ ବନ୍ଦ ପଡିଥିଲା ତେବେ ସେଥିରେ ଗଚ୍ଛିତ ଥିବା ଲୁହା ପଥର ଗୁଣ୍ଡକୁ ରାତି ଅଧିଆ ଟ୍ରକ ଯୋଗେ ବାହାରକୁ ଚାଲାଣ କରାଯାଉଥିଲା ମାହେଶ୍ଵରୀ ମିନେରାଲ ୨୦୦୩ ରୁ ୨୦୧୦ ପର୍ଯ୍ୟନ୍ତ ପରମ ସିଂ କାନ୍ତିଲାଲ ପଟେଲ ପରିଚାଳନା କରୁଥିବା ବେଳେ ୨୦୧୦ରୁ ୨୦୧୧ ପର୍ଯ୍ୟନ୍ତ ମାଇକ୍ରୋ ଫାଇନାନ୍ସ ଲିମିଟେଡ ନାମକ ଚିଟଫଣ୍ଡ ସଂସ୍ଥା ପରିଚାଳନା କରିଥିଲେ ଚିଟଫଣ୍ଡ ସଂସ୍ଥା ବନ୍ଦ ହେବା ପରେ ଏଠାରେ ବଳକା ଥିବା ଲୁହାପଥର ଗୁଣ୍ଡକୁ ବିଭିନ୍ନ ଚୋରା ବେପାରି ଲୋଲୁପ ଦୃଷ୍ଟି ପକାଇଥିଲେ ସମୟ ସମୟରେ କିଛି ଲୁହାପଥର ଗୁଣ୍ଡ ଏଠାରୁ ଚାଲାଣ ହେଇଥିବା ଖବର ମଧ୍ୟ ପୁଲିସ ପାଇଥିଲା ରାତିରେ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଚୋରା ଚାଲାଣ ହେଉଥିବା ଖବର ପାଇ ପାଲଲହଡ଼ା ପୋଲିସ ଏ ଏସ ଆଇ ପ୍ରଦୀପ ପଟ୍ଟନାୟକଙ୍କ ନେତୃତ୍ଵରେ ଘଟଣାସ୍ଥଳରେ ଅତର୍କିତ ଚଢାଉ କରିଥିଲେ ପୁଲିସକୁ ଦେଖି କିଛି ଲୋକ ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ଥିବା ତିନୋଟି ଟ୍ରକ (OD07AK4917, OD07AK5543 ,OD07AJ4917) ରେ ଲୁହା ପଥର ଗୁଣ୍ଡ ଲୋଡ୍ ହେଉଥିବା ଦେଖି କାଗଜପତ୍ର ଯାଞ୍ଚ କରିଥିଲେ ତେବେ ଟ୍ରକ ଚାଳକ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ ଫଳରେ ଘଟଣା ସ୍ଥଳରୁ ତିନୋଟି ଟ୍ରକ ସମେତ ଏକ ସ୍କୁଟିକୁ ଜବତ କରିଥିଲେ ଏବଂ ଘଟଣା ସ୍ଥଳରେ ଥିବା ଗାଡି ଚାଳକ ସମେତ ଜଣକୁ ଗିରଫ କରା ଯାଇଥିଲା  ଗିରଫ ବ୍ୟକ୍ତି ମାନେ ହେଲେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ର ଅଶ୍ଵିନି ମିଶ୍ର , ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ରାଜା ଡାକୁଆ  , ରୂଷଭ ପ୍ରଧାନ  ଓ ରାଜେନ୍ଦ୍ର ପ୍ରଧାନ , ଭଞ୍ଜନଗର ଥାନା ଅଞ୍ଚଳର କର୍ଣ୍ଣ ସାମଲ , ଅନଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅଞ୍ଚଳର ଆଶିଷ କୁମାର ସାମଲ ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply