ମୁଖ୍ୟ ଖବର ସରକାରୀ ଡାକବଙ୍ଗଳାରୁ ଗଛ କଟା ଘଟଣା – ପୌରପାଳିକା କର୍ମଚାରୀ ଗିରଫ Angul OnlineJuly 19, 2021July 19, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ସରକାରୀ ଡାକ ବଙ୍ଗଳାରୁ ୧୪ ତାରିଖ ବିଳମ୍ବିତ ରାତିରେ ମୂଲ୍ୟବାନ ଶାଗୁଆନ ଗଛ କାଟି ନେଇ ଯାଇଥିବା ଘଟଣାରେ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ବ୍ୟକ୍ତି ଜଣଙ୍କ ପୌରପାଳିକାର କର୍ମଚାରୀ ଦାମୋଦର ଗଜେନ୍ଦ୍ର ବୋଲି ଜଣା ପଡିଛି । ସୂଚନା ଅନୁସାରେ ସରକାରୀ ଡାକ ବଙ୍ଗଳାରୁ ଗଛ କଟା ଯାଇ ଚୋରୀ ହୋଇଥିବା ଅଭିଯୋଗ ପରେ ତାଳଚେର ବନବିଭାଗ ଡାକବଙ୍ଗଳାରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ତଦନ୍ତ ବେଳେ ତାଳଚେର ପୌରପାଳିକାର କିଛି କର୍ମଚାରୀ ଏହି ସବୁ ଶାଗୁଆନ ଗଛ କାଟିବା ସହିତ ସେହି କାଠ ସବୁକୁ ନେଇ ପୌରପାଳିକା ଅଧୀନ ଏକ କଲୋନୀର କ୍ୱାଟରରେ ଭର୍ତ୍ତି କରି ରଖିଥିବା ଜାଣିବାକୁ ପାଇଥିଲେ । ଆଉ ସେହି କ୍ୱାଟରରୁ କଟା ହୋଇଥିବା ଶାଗୁଆନ ଗଛ ସବୁକୁ ଜବତ ମଧ୍ୟ କରା ଯାଇଥିଲା । ବନ ଅଧିକାରୀ ତ୍ରିଲୋଚନ ବେହରା ଉକ୍ତ ଶାଗୁଆନ ଗଛକୁ ବେଆଇନ ଭାବେ କଟାଯାଇଥିବା କହିଥିବା ବେଳେ ଏହି ଗଛ କାଟିବା ପାଇଁ କୌଣସି ଅନୁମତି ନିଆ ଯାଇ ନଥିବା କହିଥିଲେ । ଆଉ ଏହି ଘଟଣାର ଅଧିକ ତଦନ୍ତ ବେଳେ ତାଳଚେର ପୌରପାଳିକାରେ ଅମୀନ ଭାବେ କାମ କରୁଥିବା ଦାମୋଦର ଗଜେନ୍ଦ୍ର ଗଛ କାଟିବା ବେଳେ ନିଜେ ଉପସ୍ଥିତ ରହି ଗଛ କଟାଇଥିବା ଜଣାଇବା ପରେ ତାଙ୍କୁ ଗିରଫ କରା ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜଣେ ଅମୀନ ସରକାରୀ ଡାକ ବଙ୍ଗଳା ଭିତରୁ ମୁଲ୍ୟବାନ ଶାଗୁଆନ ଗଛ କାଟିବାକୁ ସାହସ କେମିତି କଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଶାଗୁଆନ ଗଛ କାଟିବା ପଛରେ ପ୍ରକୃତରେ କାହାର ହାତ ଅଛି ତାକୁ ବନ ବିଭାଗ ଖୋଜି ବାହାର କରିବା ଆବଶ୍ୟକତା ଅଛି ବୋଲି ସାଧାରଣରେ ଦାବି ହେଉଛି । Advertisement
ତୀର୍ଥଯାତ୍ରା ହେଲା ଶେଷଯାତ୍ରା – ବସ ଦୁର୍ଘଟଣା ହୋଇ ଜିଲ୍ଲାର ଦୁଇ ମୃତ ଅନୁଗୁଳ – ତୀର୍ଥଯାତ୍ରା କରିବାକୁ ଯାଇଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟ ଅନୁଗୁଳ ଜିଲ୍ଲା କଣିହାଁ…
ପୁଣି ଅଲୋଡା ହେଲା ଶିଶୁକନ୍ୟା ବନ୍ତଳା – ଅନୁଗୁଳ ଜିଲ୍ଲାରେ ପୁଣି ଶିଶୁକନ୍ୟା ଅଲୋଡ଼ା ହୋଇଛି । ଜନ୍ମ ପରେ ରାସ୍ତା କଡକୁ ଫିଙ୍ଗିଦେଇ ମା ଚାଲି ଯାଇଛି । ଏଭଳି ଏଭଳି…
କଣ୍ଟେନର ଧକ୍କାରେ ଶିକ୍ଷକ ମୃତ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡାର ଜଣେ ଶିକ୍ଷକ କୌଣସି କାର୍ଯ୍ୟରେ ପାଲଲହଡା ୪୯ ନମ୍ବର ଜାତୀୟ ରାଜପଥରେ କାଉଁସିରିପାଲି ପଟ ରାସ୍ତାରେ ନିଜ ସ୍କୁଟିରେ …