ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ Angul OnlineJuly 22, 2021July 22, 2021 କଣିହାଁ- ଅନୁଗୁଳ ଜିଲ୍ଲା ସମଲ ଥାନା ପୁରୁଣାବଲାଙ୍ଗି ଗାଁ ନିକଟସ୍ଥ ବଲାଙ୍ଗି- ସମଲ ରାସ୍ତାରେ ଭୋର ସମୟରେ ମୋଟରସାଇକେଲରେ ଯାଉଥିବା ଦୁଇଜଣକୁ କୌଣସି ଅଜଣା ଗାଡି ଧକ୍କା ଦେବାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣା ପଡିଛି । ଆହତଙ୍କୁ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ସୂଚନା ଅନୁସରେ ପରଜଙ୍ଗ ବ୍ଲକ ଦଦରାଘାଟି ୩ ନମ୍ବର ଗାଁର ଗଣେଶ୍ୱର ସାହୁଙ୍କ ପୁଅ ସାଗର ସାହୁ ଓରଫ କାଳିଆ ଏବଂ ଦୀପକ ନାୟକ ଏନଟିପିସି କଣିହାଁ ପ୍ଲାଣ୍ଟରେ କାମ କରୁଥିଲେ । ନାଇଟ ଡିୟୁଟି ସାରି ଉଭୟ ଆଜି(ବୁଧବାର) ସକାଳେ (ଓଆର -୧୯ ଜି ୩୫୨୮)ମୋଟରସାଇକେଲରେ ଏନଟିପିସି ପ୍ଲାଣ୍ଟରୁ ସମଲ ବ୍ୟାରେଜ ରାସ୍ତାଦେଇ ନିଜ ଗାଁକୁ ଫେରୁଥିଲେ । ସମଲ ଥାନା ପୁରୁଣାବଲାଙ୍ଗି ଗାଁ ନିକଟ ରାସ୍ତାରେ ସେମାନଙ୍କୁ କୋଣସି ଏକ ଅଜଣାଗାଡି ଧକ୍କାଦେବାରୁ ଘଟଣାସ୍ଥଳରେ ସାଗର ସାହୁ ଓରଫ କାଳିଆଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସହିତ ମୋଟରସାଇକେଲରେ ବସି ଯାଉଥିବା ଦୀପକ ନାୟକ ଆହତ ହୋଇଥିଲେ । ଖବରପାଇ ସମଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋଟରସାଇକେଲ ସହ ମୃତକଙ୍କ ଶବକୁ ଜବତକରି ତଦନ୍ତ ଜାରି ରଖିଛି । Advertisement
ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ଅଗ୍ନିକାଣ୍ଡ – ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ଅନୁଗୁଳ – ଅନୁଗୁଳ ସହର ଶିକ୍ଷକପଡ଼ା ଇକୋ ପାର୍କ ସମ୍ମୁଖରେ ଥିବା ଏକ ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ଆଜି (ବୁଧବାର) ସନ୍ଧ୍ୟା ବେଳେ ଅଗ୍ନିକାଣ୍ଡ ଘଟି …
ବସ ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା – ୨୫ ଆହତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ର ବତିସୁଆଁ ଗ୍ରାମ ନିକଟରେ ଏକ ବସ ଓ ଟ୍ୟାଙ୍କର ମଧ୍ୟରେ ମୁହାଁ ମୁହିଁ…
ବରଣମାଳା ପଡିବା ପୂର୍ବରୁ ପାଣିରେ ପଡି ଯୁବକଙ୍କ ମୃତ୍ୟୁ ଅନୁଗୋଳ – ରାତି ପାହିଲେ ପଡ଼ିଥାନ୍ତା ବରଣମାଳା । ହେଲେ ବିଧିର ବିଧାନ ଥିଲା ଅଲଗା । ହୋଲି ଖେଳି ସାରି ଗାଧେଇ ଯାଇଥିବା ବେଳେ ପାଣିରେ…