ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ବାଲୁକା ଚିତ୍ର ଶିଳ୍ପୀ ବାହୁଡା ଯାତ୍ରା ଅବସରରେ ପେନସିଲ ମୁନରେ ଜଗନ୍ନାଥଙ୍କ ଆକୃତି ତିଆରି କରି ସମସ୍ତଙ୍କ ମନ ଜିଣି ପାରିଛନ୍ତି । ଶିଳ୍ପୀ ରୁବେଲାଲ ପ୍ରଧାନ ରଥଯାତ୍ରା ଅବସରରେ ସ୍ୟାଣ୍ଡ ଆର୍ଟ ଜରିଆରେ ନିଜର କଳା ପ୍ରଦର୍ଶନ କରିଥିବା ବେଳେ ବାହୁଡାଯାତ୍ରା ଅବସରରେ ପେନସିଲ ମୁନରେ ସୁକ୍ଷ୍ମ କାରିଗରୀ କରି ଜଗନ୍ନାଥଙ୍କ ଅବିକଳ ପ୍ରତିମୃତ୍ତି ନିର୍ମାଣ କରିଛନ୍ତି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରୁବେଲାଲ ଏଭଳି ମୂର୍ତ୍ତି ନିର୍ମାଣ କରିଥିବା ବେଳେ ତାଙ୍କୁ ଏହି ଜଗନ୍ନାଥଙ୍କ ପ୍ରତିମା ନିର୍ମାଣ ପାଇଁ ୪୫ ମିନିଟ ସମୟ ଲାଗିଥିଲା । ତେବେ ତାଙ୍କର ଏହି ନିଆରା କଳାକୃତିକୁ ବେଶ ପ୍ରଶଂସା ମିଳୁଛି ।
What’s your Reaction?
+1
+1
+1
+1
+1
+1
+1