ଆଞ୍ଚଳିକ ସଡକ ଦୁର୍ଘଟଣାରେ ପରିବାର ସମେତ କନିଷ୍ଠଯନ୍ତ୍ରୀ ଆହତ Angul OnlineJuly 22, 2021July 22, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡଠାରେ ଭାରସାମୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଠମଲ୍ଲିକ ବ୍ଲକର ଜଣେ କନିଷ୍ଠଯନ୍ତ୍ରୀଙ୍କ ସମେତ ସପରିବାର ଆହତ ହୋଇଥିବା ଜଣା ପଡିଛି । ସୂଚନା ନଉସାରେ ଆଠମଲ୍ଲିକ ବ୍ଲକର କନିଷ୍ଠ ଯନ୍ତ୍ରୀ ଆରୁଣ ବେହେରା ନିଜ ପୈତୃକ ଘର ତାଳଚେରରୁ ନିଜ କାର (OD19 R 9119)ରେ ଆଠମଲ୍ଲିକ ସରକାରୀ ବାସଭବନକୁ ଫେରୁଥିଲେ । ଅରୁଣ ବେହେରା ନିଜେ ଗାଡି ଚଲାଉଥିବା ବେଳେ ଗାଡିରେ ତାଙ୍କ ସ୍ତ୍ରୀ , ପୁଅ ଓ ଝିଅ ବସିଥିଲେ । ତେବେ ହଠାତ ଠାକୁରଗଡ ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା । ଫଳରେ ଅରୁଣଙ୍କ ସମେତ ତାଙ୍କ ସ୍ତ୍ରୀ , ଝିଅ ଓ ପୁଅ ଆହତ ହୋଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକ ତାଙ୍କୁ ଉଦ୍ଧାର କରି ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବବେ ସେଠାଋ ସେମାନଙ୍କଉ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି । Advertisement
ଚାନ୍ଦା କରି ରାସ୍ତା ମରାମତି କଲେ ଗାଁ ଲୋକ ଆଠମଲ୍ଲିକ – ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ବାଘୁଆନାଳି ଗ୍ରାମବାସୀ ରାସ୍ତା ପାଇଁ ବହୁ ଦହଗଞ୍ଜ ହେଉଥିଲେ । ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ…
ଡାକ୍ତରଖାନା ନିକଟସ୍ଥ ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତ ବୃ୍ଦ୍ଧା ଜଣଙ୍କ…
ପ୍ରତିଭା ସମ୍ମାନ ଉତ୍ସବ – ସମ୍ମାନୀତ ହେଲେ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଭା ଅନୁଗୁଳ – ଅନୁଗୁଳ ଜିଲ୍ଲାର ଆମ ପ୍ରତିଭା ଆମ ସ୍ବାଭିମାନର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ…