ବଜ୍ରପାତରେ ନାବାଳକ ମୃତ

ବଜ୍ରପାତରେ ନାବାଳକ ମୃତ

ଛେଣ୍ଡିପଦା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିଙ୍କୁଳାପାଟ ଗ୍ରାମରେ ଗୁରୁବାର ବଜ୍ରପାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ ଶିଙ୍କୁଳାପାଟ ଗ୍ରାମର ରମେଶ ମାଝିଙ୍କ ୧୫ ବର୍ଷୀୟ ପୁଅ ମହେଶ ମାଝି ବୋଲି ଜଣାପଡିଛି । ସୂଚନା ଅନୁସାରେ ମହେଶ ସାଇକେଲରେ ଜୟପଙ୍ଗା ଗ୍ରାମରୁ ନିଜ ଗ୍ରାମ ଶିଙ୍କୁଳାପାଟକୁ ଫେରୁଥିବାବେଳେ ଜୟପଙ୍ଗା ଓ ଶିଙ୍କୁଳାପାଟ ଗ୍ରାମ ମଝିରେ ଥିବା ବିଲମାଳ ଠାରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ମହେଶ ଚେତାଶୁନ୍ୟ ହରାଇ ପଡିଯାଇଥିଲେ । ପରିବାର ଲୋକ ଘଟଣା ସ୍ଥଳରୁ ଚିକିତ୍ସା ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘେଷଣା କରିଥିଲେ । ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଁଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଅବେଳେ ମହେଶଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply