ଆଞ୍ଚଳିକ ଜାତୀୟ ରାଜପଥରେ ଓଲଟିଲା କାର – ଗୋଟିଏ ପରିବାରର ୪ ଗୁରୁତର Angul OnlineJuly 22, 2021July 22, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଜରପଡା ଥାନା ଭାଗିରଥୀପୁର ନିକଟରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଚାଳକ ସମେତ ୪ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି(ଗୁରୁବାର) ସକାଳ ୭ ଟାରେ ଠାକୁରଗଡ଼ ଅଞ୍ଚଳରୁ ଓଡ଼ି-୧୯-ଏଲ-୫୮୪୫ ନମ୍ବରର ଏକ କାର ରୋଗୀ ନେଇ ଅନୁଗୁଳ ଆସୁଥିଲା । ତେବେ ଭାଗିରଥୀପୁର ଗ୍ରାମ ନିକଟରେ ବିପରୀତ ପଟୁ ଆସୁଥିବା ମୋଟରସାଇକେଲ ହଠାତ କାର ସମ୍ମୁଖକୁ ପଳେଇ ଆସିଥିଲା । ସେହି ମୋଟାରସାଇକେଲକୁ ବଞ୍ଚେଇବାକୁ ଯାଇ କାରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଏହି ଦୁର୍ଘଟଣାରେ ଚାଳକ ସମେତ ୪ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜରପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ଜବତ କରି ତଦନ୍ତ କରୁଛି । Advertisement
ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନର ତାଲିମ ଶିବିର ଅନୁଷ୍ଠିତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମଙ୍ଗଳମ ଠାରେ ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନର ଦୁଇ ଦିନିଆ ତାଲିମ ଶିବିର ପୁଲିସ ଏବଂ ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ…
ବାଜି ରାଉତ ଛାତ୍ରାବାସରେ ଗାନ୍ଧୀ ଓ ନବକୃଷ୍ଣ ଚିତ୍ର ପ୍ରଦର୍ଶନୀ ଅନୁଗୁଳ- ବାଜି ରାଉତ ଛାତ୍ରାବାସର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ଛାତ୍ରାବାସ ପରିସରରେ ମହାତ୍ମା ଗାନ୍ଧୀ ଓ ନବକୃଷ୍ଣ ଚୌଧୁରୀଙ୍କର ଏକ ବିଶାଳ ଫଟୋ ଚିତ୍ର ପ୍ରଦର୍ଶନୀ…
ଧର୍ମପରାୟଣ ମହିଳାଙ୍କ ପରଲୋକ ଅନୁଗୁଳ – ଅନୁଗୁଳର ପୂର୍ବତନ ଓକିଲ ସଙ୍ଘ ସଭାପତି ଭୁପେଶ ପ୍ରଧାନଙ୍କ ମା ମଞ୍ଜୁରାଣୀ ପ୍ରଧାନଙ୍କର ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ…